ଏନ୍‌ଆଇଏ ହାତରେ ଲାଗିଲା କଳା ମର୍ସଡିଜ୍, ବ୍ୟବହାର କରୁଥିଲେ ସଚିନ୍ ବାଜେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଏନ୍‌ଆଇଏ ହାତରେ ଲାଗିଲା କଳା ମର୍ସଡିଜ୍, ବ୍ୟବହାର କରୁଥିଲେ ସଚିନ୍ ବାଜେ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ବଢ଼ିଲା ମହାରାଷ୍ଟ୍ର ପୁଲିସ୍‌ ସେବାରୁ ନିଲମ୍ବିତ ହୋଇଥିବା ଅଧିକାରୀ ସଚିନ ବାଜେଙ୍କ ଅଡୁଆ। ତାଙ୍କ ବିରୋଧରେ ଏନ୍‌ଆଇଏ ହାତରେ ଲାଗିଛି ଆଉ ଏକ ପ୍ରମାଣ। ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସ ନିକଟରେ ପାର୍କିଂ ହୋଇଥିବା ଏକ କଳା ମର୍ସଜିଡ କାର୍‌କୁ ଏନ୍‌ଆଇଏ ଜବତ କରିଛି।

ସନ୍ଧାନ ବେଳେ ଏହି କାର୍‌ ଭିତରୁ ଅମ୍ବାନୀଙ୍କ ଘର ଆଗରୁ ଜବତ ହୋଇଥିବା ସ୍କର୍ପିଓ ଗାଡିର ପ୍ରକୃତ ନମ୍ବର ପ୍ଲେଟ ମିଳିଛି। କେବଳ ସେତିକି ନୁହେଁ ମର୍ସଡିଜ କାର୍‌ ଭିତରୁ ଅନେକ ଚୋରା ଗାଡି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ଏଥିସହ ନଗଦ ୫ଲକ୍ଷ ୭୫ ହଜାର ଟଙ୍କା, ପେଟ୍ରୋଲ, ଡିଜେଲ ମଧ୍ୟ ମିଳିଥିବା ସୂଚନା ରହିଛି।

ଏହି କାର୍‌ର ମାଲିକ ସଚିନ ବଜେ ହୋଇନଥିଲେ ମଧ୍ୟ ସେ ଏହାକୁ ସେ ବ୍ୟବହାର କରୁଥିବା ନେଇ ତଦନ୍ତରୁ ଜଣାପଡିଛି । ଧୁଲେ ସହରରେ ରହୁଥିବା ମର୍ସଡିଜ କାର୍‌ର ପୂର୍ବତନ ମାଲିକଙ୍କ କହିବା ମୁତାବକ, ଏହି କାର୍‌ଟିକୁ ସେ ଫେବ୍ରୁଆରୀ ମାସରୁ ବିକ୍ରି କରିଥିଲେ କିନ୍ତୁ ଏହାକୁ କିଣିଥିବା ବ୍ୟକ୍ତି ବାଜେ ନୁହନ୍ତି। ତେବେ ଏହି ଗାଡ଼ିକୁ ସଚିନ ପ୍ରମାଣ ନଷ୍ଟ କରିବା ପାଇଁ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।

ସେପଟେ ଏନ୍‌ଆଇଏ ପ୍ରମୁଖ ଆଇଜି ଅନିଲ ଶୁକ୍ଲା କହିଛନ୍ତି, ଏକ ମର୍ସଡିଜ କାର ଜବତ ହୋଇଛି, କିନ୍ତୁ ଏହାର ମାଲିକ କିଏ ତାହା ଜଣାପଡି ନାହିଁ। ଏ ନେଇ ତଦନ୍ତ ଜାରି ରହିଛି। ଏହି କାର୍‌କୁ ସଚିନ ବାଜେ ବ୍ୟବହାର କରୁଥିଲେ। ଏଥିରୁ ନଗଦ ଟଙ୍କା ସମେତ ଟଙ୍କା ଗଣିବା ମେସିନ ଏବଂ କିଛି କପଡା ମଧ୍ୟ ଜବତ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ଜବତ କରାଯାଇଥିଲା। ଏହା ମଧ୍ୟରୁ ବିପୁଳ ପରିମାଣର ଜିଲୋଟିନ ଓ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିଲା। ଏହି ଘଟଣାର ତଦନ୍ତ ସଚିନ ହିଁ ପ୍ରଥମେ ଆରମ୍ଭ କରିଥିଲେ। ଗାଡ଼ିଟି ମନସୁଖ ହରାନଙ୍କର ବୋଲି ଜଣାପଡ଼ିଥିଲା। ସେ ଫେବୃଆରୀ ୧୭ ତାରିଖରୁ ଗାଡ଼ିଟି ଚୋରି ହୋଇଯାଇଥିବା ପୁଲିସ୍‌ରେ ରିପୋର୍ଟ କରିସାରିଥିଲେ।

ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ମୁନସୁଖଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମିଳିଥିଲା। ମନସୁଖଙ୍କ ପତ୍ନୀ ମୃତ୍ୟୁପାଇଁ ସଚିନ ବାଜେଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାପରେ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ଗତ ଶନିବାର ସଚିନ ବାଜେଙ୍କୁ ୧୩ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଥିଲା।

The post ଏନ୍‌ଆଇଏ ହାତରେ ଲାଗିଲା କଳା ମର୍ସଡିଜ୍, ବ୍ୟବହାର କରୁଥିଲେ ସଚିନ୍ ବାଜେ appeared first on Odisha Reporter.



from Odisha Reporter https://ift.tt/3vyDlik

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages