ଲଜ୍ଜାଜନକ ରେକର୍ଡ ସୃଷ୍ଟି କଲେ କୁଲଦୀପ ଯାଦବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ଲଜ୍ଜାଜନକ ରେକର୍ଡ ସୃଷ୍ଟି କଲେ କୁଲଦୀପ ଯାଦବ

ପୁଣେ: ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ବି ନିରାଶ କରିଛନ୍ତି କୁଲଦୀପ ଯାଦବ। ସେ ମଧ୍ୟକ୍ରମରେ କୌଣସି ୱିକେଟ ହାସଲ କରି ନ ପାରିବାରୁ ଇଂଲଣ୍ଡ ବେଶ ସହଜରେ ୩୩୭ ରନ୍ ବିଶାଳ ଟାର୍ଗେଟକୁ ହାସଲ କରି ନେଇଛି। ଇଂଲଣ୍ଡ ବ୍ୟାଟସମ୍ୟାନମାନଙ୍କ ପ୍ରହାରର ଶିକାର ହୋଇଥିବା କୁଲଦୀପ ଯାଦବ ଏହି ମ୍ୟାଚ୍‌ରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏକାକୀ ୮ଟି ଛକା ବ୍ୟୟ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଦିନିକିଆରେ କୁଲଦୀପ ଗୋଟିଏ ମ୍ୟାଚ୍‌ରେ ଏତେ ସଂଖ୍ୟକ ୬କା ବ୍ୟୟ କରିଛନ୍ତି। ତାଙ୍କ ପୂର୍ବରୁ ୨୦୧୩ରେ ବେଙ୍ଗାଲୁରୁ ଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦ୍ରୁତ ବୋଲର ବିନିୟମ କୁମାର ନିଜ ସ୍ପେଲରେ ୭ଟି ଛକା ବ୍ୟୟ କରିଥିଲେ। କିନ୍ତୁ କୁଲଦୀପ ଗତକାଲି ଏହାକୁ ଅତିକ୍ରମ କରି ଯାଇଛନ୍ତି।

ଶୁକ୍ରବାର କୁଲଦୀପ ନିଜର ୧୦ ଓଭରରେ ୮୪ ରନ୍‌ ଦେଇଛନ୍ତି। ଏଥିସହ ସେ କୌଣସି ୱିକେଟ ମଧ୍ୟ ପାଇନାହାନ୍ତି। ଆରମ୍ଭରୁ ସେ ସାମାନ୍ୟ ଭଲ ପକାଇଥିଲେ। ହେଲେ ଧୀରେଧୀରେ ସେ ନିଜର ଲାଇନ ଓ ଲେନ୍ଥ ଉପରେ ନିୟନ୍ତ୍ରଣ ରଖି ପାରି ନଥିଲେ। ତାଙ୍କୁ ଇଂଲଣ୍ଡର ବ୍ୟାଟସମ୍ୟାନ୍‌ମାନେ ବେଶ ଆରାମରେ ଛକା ଓ ଚୌକା ବର୍ଷା କରି ଚାଲିଥିଲେ।

ଲୟକୁ ଫେରିବା ପାଇଁ କୁଲଦୀପ ବାରମ୍ବାର ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ନଥିଲା। କୁଲଦୀପଙ୍କ ବଲ୍‌ରେ ବେନ ଷ୍ଟୋକ୍ସ ଏକାକୀ ୪ଟି ଛକା ମାରିଥିବା ବେଳେ ଜନ୍ନି ବେୟାରଷ୍ଟୋ ୩ଟି ଓ ଜେସନ ରୟ ଗୋଟିଏ ଛକା ମାରିଛନ୍ତି। ରୟ ଛକା ମାରି ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ଷ୍ଟୋକ୍ସ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କ ଗୋଟିଏ ଓଭର୍‌ରେ ଲଗାତର ୩ଟି ଛକା ମାରି ତାଙ୍କୁ ପୂରା ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ।

କୁଲଦୀପଙ୍କ ବ୍ୟତୀତ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୬ ଓଭରରେ ୭୨ ରନ୍‌ର ଦେଇଛନ୍ତି। ତାଙ୍କର ଗୋଟିଏ ଓଭର୍‌ରୁ ଇଂଲିଶ ବ୍ୟାଟସମ୍ୟାନମାନେ ୨୮ ରନ୍‌ ବି ଆଦାୟ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୩୩୬ ରନ୍‌ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୩୯ଟି ବଲ୍‌ ପୂର୍ବରୁ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା।

The post ଲଜ୍ଜାଜନକ ରେକର୍ଡ ସୃଷ୍ଟି କଲେ କୁଲଦୀପ ଯାଦବ appeared first on Odisha Reporter.



from Odisha Reporter https://ift.tt/3ssiueL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages