ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଆଜି ନବୀନ ନିବାସ ଯାଇ ଟିକେଟ୍ ଆଣିଛନ୍ତି। ବିଜେଡିର ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଆଜି ପ୍ରଥମ ଥର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟଛନ୍ତି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର।। ଏହି ଅବସରରେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ସମେତ ବିଜେଡିର କେତେଜଣ ତୁଙ୍ଗ ନେତା ଉପସ୍ଥିତ ଥିଲେ। ପ୍ରାର୍ଥୀ ହେବା ପରେ ରୁଦ୍ର ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ।
ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ଟିକେଟ୍ ପାଇବା ରୁଦ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ପୂରା ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି। ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବି। ଚାଷୀ ଭାଇମାନଙ୍କର ଉନ୍ନତି ଓ ପ୍ରଗତି ମୋର ମୂଳ ଲକ୍ଷ୍ୟ। ତା’ଛଡ଼ା ଭଲ ରାସ୍ତାଘାଟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଚାହେଁ।
ଟିକେଟ୍ ପାଇବା ନେଇ ମାଆ ଓ ପୁଅଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ନେଇ ଯେଉଁ ପ୍ରଶ୍ନ ଉଠୁଥିଲା, ତାକୁ ନେଇ ରୁଦ୍ର କହିଛନ୍ତି, ଖରାପ ସମୟରେ ପ୍ରତିପକ୍ଷଙ୍କ ଏହା ଏକ ଷ୍ଟ୍ରାଟେଜୀ ଥିଲା। ବିରୋଧୀ ଏମିତି କିଛି କରି ମୋର ଉପରେ ନକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରୟାସ କରିଥିଲା। ଏହାର ଜବାବ ମୋ ମାଆ, ଭଉଣୀ ଓ ଭିଣୋଇ ଦେଇସାରିଛନ୍ତି। ଆମର ପୂରା ପରିବାର ଏକାଠି ଅଛୁ। ସମସ୍ତେ ମିଶିକି ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି ରୁଦ୍ର।
ସୂଚନାଯୋଗ୍ୟ, ଶୁକ୍ରବାର ପିପିଲି ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ଗୁରୁବାର ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।
The post ମୁଖ୍ୟମନ୍ତ୍ରୀଙ୍କ ଠାରୁ ଟିକେଟ୍ ଆଣିଲେ ରୁଦ୍ର appeared first on Odisha Reporter.
from Odisha Reporter https://ift.tt/3flUu9m
No comments:
Post a Comment