ବିଶାଖାପାଟଣା (ଯୋଶବନ୍ତ ପାଢ଼ୀ): ଏକ ଯାତ୍ରୀବାହୀ ଅଟୋ ଓ ମାଲ ବୋଝେଇ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି। ଏଥିରେ ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ନେଲୁରୁ ଜିଲ୍ଲା ନିକଟ ବୁଛିରେଡିପାଲେମ ପଞ୍ଚାୟତର ଦାମରାମାଡୁଗୁ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଆହତ ମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ସୂଚନା ରହିଛି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ତାମିଲନାଡୁର ବୋଲି ଜଣାପଡ଼ିଛି।
ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମ ଜୋତିର୍ଲିଙ୍ଗ ଏବଂ ଅନ୍ୟାନ୍ୟ ମନ୍ଦିର ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାତି ପ୍ରାୟ ୨ ଘଟିକା ସମୟରେ ଅଟୋଟି ଟ୍ରକୁ ଧକ୍କା ଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମାନଙ୍କୁ ନେଲୋର ସ୍ଥିତ ସରାକରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
Andhra Pradesh: Eight dead and six injured after a tempo and lorry collided with each other near Damaramadugu village in Nellore district, earlier today.
— ANI (@ANI) March 28, 2021
ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ପୁରୁଷ ରହିଛନ୍ତି। ଅଟୋ ଚାଳକ ଜଣକର ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାର କାରଣ କହିଛି।
ଘଟଣାସ୍ଥଳରେ ଅଟୋ ଡ୍ରାଇଭର ଏବଂ ୫ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଆଉ ଦୁଇ ଜଣ ଆଖି ବୁଜିଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କେୟା ନାଇଡୁ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିବା ବେଳେ ଆହତଙ୍କୁ ଆଶୋ ଆରୋଗ୍ୟ କାମନା କରିଛନ୍ତି।
आंध्र प्रदेश में नेल्लौर के निकट हुई सड़क दुर्घटना में हताहत लोगों तथा उनके परिजनों के प्रति शोक और हार्दिक संवेदना व्यक्त करता हूं। घायलों के शीघ्र स्वास्थ्य लाभ के लिए ईश्वर से प्रार्थना करता हूं।
— Vice President of India (@VPSecretariat) March 28, 2021
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୮ ମୃତ, ୭ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3u3Enl0
No comments:
Post a Comment