ପଦ୍ମ ପୋଖରୀରେ ମିଥୁନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ପଦ୍ମ ପୋଖରୀରେ ମିଥୁନ

କୋଲକାତା: ବହୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ଶେଷରେ ପଦ୍ମ ଧରିଲେ ମେଗାଷ୍ଟାର ମିଥୁନ। ଆଜି ବିଧିବଦ୍ଧଭାବ ବିଜେପିରେ ଯୋଗ ଦେଲେ ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମୋଦିଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ସାମିଲ ହୋଇ ସେ ବିଜେପିରେ ମିଶିଛନ୍ତି। ଏହାସହ ସେ ଦଳୀୟ ପତାକା ମଧ୍ୟ ଧରିଥିବା ଦେଖିବାକୁ ମିଳିଛି।

ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି। ସେପଟେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ଶନିବାର ରାତିରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ କୋଲକାତାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଥିଲେ। କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପୂର୍ବରୁ ଶନିବାର ଏ ଦୁହେଁ ସାକ୍ଷାତକୁ ନେଇ ଏବେ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା।  ୭୦ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ପୂର୍ବରୁ ଟିଏମସି ପାଇଁ ୨ ବର୍ଷ ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ରାଲିକୁ ସମ୍ବୋଧନ କରିବେ। ଏଥିପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡ ପଡିଆକୁ ପ୍ରସ୍ତୁତ କରାଯାଇଛି । ଦିନ ୨ଟାରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମଞ୍ଚରେ ଉପସ୍ଥିତ ରହିଛନ୍ତି । ସେ ମୋଦୀଙ୍କ ପହଁଚିବା ପୂର୍ବରୁ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ପ୍ରକ୍ରିୟା ୮ଟି ପର୍ଯ୍ୟାୟରେ କରାଯିବ। ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ରେ ହେବ। ମେ’ ୩୦ ଫଳାଫଳ ପ୍ରକାଶ ପାଇବ।

The post ପଦ୍ମ ପୋଖରୀରେ ମିଥୁନ appeared first on Odisha Reporter.



from Odisha Reporter https://ift.tt/2OsCtL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages