ଅସମ୍ଭାଳ ହେଲାଣି କରୋନା: ଦିନକରେ ୬୮ ହଜାର ସଂକ୍ରମିତ, ଗଲା ଆଉ ୨୯୧ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଅସମ୍ଭାଳ ହେଲାଣି କରୋନା: ଦିନକରେ ୬୮ ହଜାର ସଂକ୍ରମିତ, ଗଲା ଆଉ ୨୯୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କରୋନା ଗ୍ରାଫ ଉପର ମୁହାଁ ହେବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୬୨ ହଜାର ରହୁଥିବା ବେଳେ ଆଜି ଏହା ୬୮ ହଜାର ପାର୍‌ କରି ଯାଇଛି।

କେବଳ ସଂକ୍ରମଣ ନୁହେଁ, ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ଅଧିକ ଉତ୍କଟ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ସ୍ଥିତି ଉଗ୍ର ରୂପ ଧାରଣ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୮,୦୨୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଦୀର୍ଘ ୫ ମାସରେ ସର୍ବାଧିକ। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୦,୩୯,୬୪୪ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୩୨,୨୩୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୧୩,୫୫,୯୯୩ ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୫,୨୧,୮୦୮ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍‌ ସଂଖ୍ୟାରେ ୩୫,୪୯୮ ବୃଦ୍ଧି ଘଟିଛି।


ଦେଶରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ଉପର ମୁହାଁ ହୋଇଛି। ଗୋଟିଏ ଦିନରେ କରୋନା ଆଉ ୨୯୧ ଜଣଙ୍କ ମୁଣ୍ଡ ନେଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୧,୮୪୩ରେ ପହଞ୍ଚି ଯାଇଛି। ୨୪ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଞ୍ଜାବରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ୬,୦୫,୩୦,୪୩୫ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇଛି।

ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୪୦,୪୧୪ ଜଣ ରହିଛନ୍ତି। ଏହାକୁ ମିଶାଇ ଦେଶରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭,୧୩,୮୭୫ ଓ ଆକ୍ଟିଭ କେସ୍‌ ସଂଖ୍ୟା ୩,୨୫,୯୦୧ ରହିଛି। ଦିଲ୍ଲୀ ଓ ପଞ୍ଜାବରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ଏକାଧିକ ପଦକ୍ଷେପ ନେଉଥିଲେ ହେଁ ଏହା ଉପରେ କୌଣସି ବ୍ରେକ ଲାଗୁନାହିଁ।

The post ଅସମ୍ଭାଳ ହେଲାଣି କରୋନା: ଦିନକରେ ୬୮ ହଜାର ସଂକ୍ରମିତ, ଗଲା ଆଉ ୨୯୧ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2QQO4F7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages