ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ। ବାପା ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜୀବନ ହରାଇଲା ପୁଅ। ବାପପୁଅଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଦୋହଲାଇ ଦେଇଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା  ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାଠାରେ ଆଜି ସକାଳେ ଘଟିଛି। ମୃତକ ହେଲେ ୩୦ ବର୍ଷୀୟ ଅରୁଣ ମେହର।

ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ମୃତକଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି। ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମତେ, ଅରୁଣ ନିଜ ବାପାଙ୍କ ଅନ୍ତିମ ସଂସ୍କାର ପୁରୀରେ ସାରି ନିଜ ସମ୍ପର୍କୀୟଙ୍କ ସହ ଏକ କାର୍‌ ଯୋଗେ ଘରକୁ ଫେରୁଥିଲେ। ଆଜି ସକାଳେ କରଡ଼ାକୋଠାଠାରେ ରାସ୍ତା କଡରେ ଏକ ଟ୍ରଲର ଛିଡ଼ା ହୋଇଥିଲା । କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି ।

ଗୁରୁତରମାନେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଂଚଳର ଛବି ମେହେର,ବେଳପଦର ର ବିଦୁଭୂଷଣ ମେହେର,ଅଶୋକ ମେହେର,ରାମ ମେହେର ବୋଲି ଜଣାପଡିଛି ।   ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ପୁରୁଣାକଟକ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

The post ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ appeared first on Odisha Reporter.



from Odisha Reporter https://ift.tt/3uYjBEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages