ଝିଅକୁ ଅସଦାଚରଣ ଅଭିଯୋଗ ଆଣିବା ପରେ ବାପାଙ୍କୁ ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

ଝିଅକୁ ଅସଦାଚରଣ ଅଭିଯୋଗ ଆଣିବା ପରେ ବାପାଙ୍କୁ ଗୁଳି

ଲକ୍ଷ୍ନୌ: ଝିଅକୁ ଅସଦାଚରଣ ହୋଇଥିବା ମାମଲାରେ ଅଭିଯୋଗ କରିବା ଜଣେ ବାପାଙ୍କୁ ମହଙ୍ଗା ପଡିଛି। ବିଚ ରାସ୍ତାରେ ଦୁର୍ବୃତ୍ତମାନେ ପୀଡିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ହାଥରସରେ। ଜିଲ୍ଲା ନୌଜପୁର ଗାଁରେ ଜଣେ ଯୁବକ ତା’ସାଙ୍ଗମାନଙ୍କ ସହ ମିଶି ୫୨ ବର୍ଷୀୟ ପୀଡିତାଙ୍କ ବାପାଙ୍କୁ ବିଚ ରାସ୍ତାରେ ଗୁଳି କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ମାମଲାରେ ମୃତକଙ୍କ ଝିଅ ୬ଜଣଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଯୋଗୀ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୃତକ ହେଉଛନ୍ତି ଅମରିଶ ଶର୍ମା । ସେ ଜଣେ କୃଷକ । ସେ ୨୦୧୮ ମସିହା ଜୁଲାଇ ୧୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୌରବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗୌରବ ତାଙ୍କ ଘରେ ପସି ଝିଅକୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲା । ଏହାପରେ ଅଭିଯୁକ୍ତ ୧୫ ଦିନ ଜେଲରେ ମଧ୍ୟ ରହିଥିଲା । ସେବେଠାରୁ ସେ ପ୍ରତିଶୋଧ ନିଆଁରେ ଜଳୁଥିଲା । ଏପରିକି ମାମଲାକୁ ରଫାଦଫ କରିବା ପାଇଁ ଅମରିଶଙ୍କୁ ଚାପ ପକାଉଥିଲା ଅଭିଯୁକ୍ତ ଗୌରବ।

ତେବେ ସୋମବାର ନିଜ ଚାଷ ଜମିରେ ଅମରିଶ କାମ କରୁଥିବା ବେଳେ ସେଠାରେ ପୂର୍ବରୁ ଲୁଚିଥିବା ଗୌରବ ନିଜର ଦୁଇ ସହଯୋଗୀଙ୍କୁ ଧରି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ପରେ ସେଠାରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଅମରିଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାକୁ ନେଇ ଅମରୀଶଙ୍କ ଝିଅ ପ୍ରିୟଙ୍କା ଥାନାରେ ଏଫଆଇଆର ଦେଇଛନ୍ତି । ଏଫଆଇଆରରେ ଗୌରବଙ୍କ ସମେତ ରୋହତାସ ଶର୍ମା, ନିଖିଲ ଶର୍ମା ଓ ଲଳିତ ଶର୍ମାଙ୍କ ନାଁ ରହିଛି । ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

The post ଝିଅକୁ ଅସଦାଚରଣ ଅଭିଯୋଗ ଆଣିବା ପରେ ବାପାଙ୍କୁ ଗୁଳି appeared first on Odisha Reporter.



from Odisha Reporter https://ift.tt/3raOy61

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages