ୱାଶିଂଟନ: ଦେଖିବାକୁ ପୂରା ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି । ଠିକ୍ ସେହିପରି ନୀଳ ନୀଳ ଆଖି। ସୁନ୍ଦରତାରେ ବି ଅନ୍ୟକୁ ମତୁଆଲା କରିବାର ଯାଦୁ ଅଛି। ବିଶ୍ୱସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ପାକିସ୍ତାନୀ ଯୁବତୀଙ୍କୁ ନେଇ ଇଣ୍ଟରନେଟ୍ରେ ଏବେ ଜୋରଦାର ଚର୍ଚ୍ଚା। ନାଁ ତାଙ୍କର ଆମନା ଇମରାନ୍।
ଆମନାଙ୍କୁ ପାକିସ୍ତାନର ଐଶ୍ଚର୍ଯ୍ୟା ରାୟ କୁହାଯାଉଥିବା ବେଳେ ସେ କିନ୍ତୁ ରହୁଛନ୍ତି ଆମେରିକାରେ। ସେଠାରେ ମେଡିକାଲ ପ୍ରଫେସନରେ ଥିବା ଆମନାଙ୍କ ସୁନ୍ଦରତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଆମନାଙ୍କ ଫଟୋ ତଥା ଭିଡିଓ ଏବେ ଖୁବ୍ଜୋରରେ ଭାଇରାଲ ହେଉଛି।
ଏକ ୱେବସାଇଟ୍ରେ କେହି ଐଶ୍ୱର୍ଯ୍ୟା ଏବଂ ଆମନାଙ୍କ ଫଟୋକୁ ଛାପିବା ପରେ ଉଭୟଙ୍କ ମୁହଁରେ ଥିବା ସାମଞ୍ଜସ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଇଣ୍ଟରନେଟ୍ ୟୁଜର ଆମନାଙ୍କୁ ଐଶ୍ଚର୍ଯ୍ୟା ବୋଲି ଧରି ନେଇଥିବା କମେଣ୍ଟରେ ଲେଖିଛନ୍ତି । ସେହିପରି ଆଉ କେହି କେହି ଆମନା ପ୍ଲାଷ୍ଟିକ ସର୍ଜରୀ କରି ଐଶ୍ଚର୍ଯ୍ୟାଙ୍କ ଭଳି ହେବାକୁ ଚେଷ୍ଟା କରିଥିବା କହିଛନ୍ତି ।
ଏପଟେ ପ୍ରଶଂସା ହେଉ କି ସମାଲୋଚନା ତାଙ୍କ ଫଟୋକୁ ନେଇ ଏତେ ଚର୍ଚ୍ଚା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆମନା। ତାଙ୍କୁ ମିଳିଥିବା ସ୍ନେହ ଓ ଭଲ ପାଇବା ଲାଗି ସେ ଚୀର କୃତଜ୍ଞ ବୋଲି ନିଜ ଉତ୍ତରରେ ଲେଖିଛନ୍ତି । ଆମନାଙ୍କ ଫଟୋ, ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ହଠାତ୍ ୨ ହଜାରରୁ ୧୮ ହଜାରରେ ପହଞ୍ଚି ଯାଇଛି।
ପାକିସ୍ତାନୀ ହୋଇଥିଲେ ମଧ୍ୟ ଭାରତ ସହ ସମ୍ପର୍କ ଥିବା କହିଛନ୍ତି ଆମନା। ଆମନାଙ୍କ ବାପା ପାକିସ୍ତାନରେ ରହୁଥିଲେ ମଧ୍ୟ ତାଙ୍କ ଜେଜେବାପା, ଜେଜେମା’ ଭାରତରେ ରହୁଥିଲେ। ସେହିପରି ତାଙ୍କ ମା’ ଆଫଗାନିସ୍ତାନୀ ବୋଲି କହିଛନ୍ତି ଆମନା।
ତାଙ୍କୁ ସମସ୍ତେ ବିଶ୍ୱସୁନ୍ଦରୀ ଐଶ୍ଚର୍ଯ୍ୟାଙ୍କ ସହ ତୁଳନା କରୁଥିବା ବେଳେ ଏପରି ତୁଳନା ତାଙ୍କ ପାଇଁ ନୂଆ ନୁହେଁ ବୋଲି କହିଛନ୍ତି ଆମନା। ବହୁ ପୂର୍ବରୁ ସେ ଏଭଳି ପ୍ରଶଂସା ଶୁଣିଆସୁଥିବା ବେଳେ ସେ ନିଜେ ମଧ୍ୟ ଐଶ୍ଚର୍ଯ୍ୟାଙ୍କ ଜଣେ ବଡ଼ ଫ୍ୟାନ୍ ବୋଲି କହିଛନ୍ତି । ଐଶ୍ଚର୍ଯ୍ୟାଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସନମ, ଦେବଦାସ, ଉମରାଓ ଜାନ ଆଦି ଫିଲ୍ମକୁ ସେ ବହୁତ ପସନ୍ଦ କରୁଥିବା କହିଛନ୍ତି ।
ଆମନା ଏବେ ଇଣ୍ଟରନେଟ ସେନସେସନ ପାଲଟି ଯାଇଥିବା ବେଳେ ତାଙ୍କ ନିକଟକୁ ଫିଲ୍ମ ଅଫର୍ର ସୁଅ ଛୁଟିଲାଣି। ତାଙ୍କ ପପୁଲାରିଟିକୁ ଦେଖି ବହୁ ପାକିସ୍ତାନୀ ଫିଲ୍ମ ମେକର ତାଙ୍କୁ ନିଜ ଫିଲ୍ମରେ ଲିଡ ରୋଲରେ କାଷ୍ଟ କରିବାକୁ ଅଫର ମଧ୍ୟ ଦେଲେଣି। ଏଯାଏ ଆମନା କାହାକୁ ହଁ କହି ନ ଥିବା ବେଳେ ବଡ଼ ପରଦାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆଶାୟୀ ଥିବା କହିଛନ୍ତି।
The post ଐଶ୍ଚର୍ଯ୍ୟାଙ୍କ ଡୁପ୍ଲିକେଟ୍ ଏବେ ଇଣ୍ଟରନେଟ ସେନସେସନ୍ appeared first on Odisha Reporter.
from Odisha Reporter https://ift.tt/2ObKgN9
No comments:
Post a Comment