‘ମମତାଙ୍କୁ ଆକ୍ରମଣ ହୋଇନି, ସେ ଦୁର୍ଘଟଣାର ଶିକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

‘ମମତାଙ୍କୁ ଆକ୍ରମଣ ହୋଇନି, ସେ ଦୁର୍ଘଟଣାର ଶିକାର’

କୋଲକାତା: ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି। ଏହା ଏକ ଷଡ଼ଯନ୍ତ୍ର। ନିର୍ବାଚନ କମିଶନରଙ୍କ ନିକଟରେ ଟିଏମସି ଏଭଳି ଅଭିଯୋଗ କରିଥିଲା। ଆଉ ନିର୍ବାଚନ କମିଶନର ଏହି ଘଟଣାର ରିପୋର୍ଟ ମାଗିଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନର କହିଛନ୍ତି, ମମତାଙ୍କ ସହ ଯାହା ହୋଇଛି ତାହା ଦୁର୍ଘଟଣା, ଷଡ଼ଯନ୍ତ୍ର କିମ୍ୱା ଆକ୍ରମଣର କୌଣସି ପ୍ରମାଣ ନାହିଁ। ମମତା ବାନାର୍ଜୀ ଏବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ୱିଲ୍ ଚେୟାରରେ ପ୍ରଚାର କାମ ଆରମ୍ଭ କରିଛନ୍ତି।

ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହି ସମୟରେ ମମତା ଅଭିଯୋଗ କରିଥିଲେ ୪-୫ ଜଣ ଆସି ତାଙ୍କୁ ଠେଲି ଦେବାରୁ କାର ଡୋରରେ ମାଡ଼ ହୋଇ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଯଦିଓ ରାଜ୍ୟରେ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଦୁର୍ଘଟଣା ବୋଲି କହିଥିଲେ ହେଲେ ଟିଏମସି ବିଜେପି ଉପରେ ଓଲଟା ଅଭିଯୋଗ ଆଣିଥିଲା। ଏହାପରେ ନିର୍ବାଚନ କମିଶନର ରିପୋର୍ଟ ମାଗିଥିଲେ।

ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟ, ସ୍ୱତନ୍ତ୍ର ପୁଲିସ ନିର୍ଦ୍ଦେଶକ ବିବେକ ଦୁବେ ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକଙ୍କ ରିପୋର୍ଟ ଦେଖିବା ପରେ ନିର୍ବାଚନ କମିଶନର କହିଛନ୍ତି ମମତାଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ।

ରିପୋର୍ଟରେ କୁହାଯାଇଛି, ଏହି ଘଟଣା ଅଚାନକ ହୋଇଛି। ଆଉ ମମତା ଆହତ ହୋଇଛନ୍ତି। ଏହି ଘଟଣା ପୂର୍ବ ପ୍ରାୟୋଜିତ ନୁହେଁ। ଏହି ରିପୋର୍ଟ ଘଟଣାସ୍ଥଳରେ ଉପସ୍ଥିତ ବ୍ୟକ୍ତି, ସ୍ଥାନୀୟ ଲୋକ ଏବଂ ମିଡିଆ ରିପୋର୍ଟକୁ ମଧ୍ୟ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ, ମମତା ବାନାର୍ଜୀ ୧୦ ତାରିଖରେ ଆହତ ହୋଇ ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ ୪-୫ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି କହିଥିଲେ। ହେଲେ ବିରୋଧୀ ଏଭାକୁ ନାଟକବାଜି କହି ଅନୁକମ୍ପା ଭୋଟ ହାତେଇବାକୁ ଦିଦିଙ୍କର ଏହା ପ୍ଲାନ ବୋଲି କହିଥିଲେ। ଯଦିଓ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା। ହେଲେ ୪-୫ ଆକ୍ରମଣ କରିଥିବାର କୌଣସି ପ୍ରମାଣ ମିଳିନଥିଲା। ଏହାପରେ ମମତା ୧୧ ତାରିଖ ଦିନ ହସ୍ପିଟାଲ ବେଡରେ ରହି ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଯେଉଁଥିରେ ସେ ଟିଏମସି କର୍ମୀଙ୍କୁ ଶାନ୍ତ ରହିବାକୁ କହିଥିଲେ। ହେଲେ ଆକ୍ରମଣର ଶିକାର ହୋଇଛନ୍ତି ବୋଲି କହିନଥିଲେ।

The post ‘ମମତାଙ୍କୁ ଆକ୍ରମଣ ହୋଇନି, ସେ ଦୁର୍ଘଟଣାର ଶିକାର’ appeared first on Odisha Reporter.



from Odisha Reporter https://ift.tt/3tuZzA7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages