ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଲିସକୁ ଟାର୍ଗେଟ କରିବା ମାଓବାଦୀ ପାଇଁ ମହଙ୍ଗା ପଡିଲା। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡ ମାଇନ୍ ଖଞ୍ଜୁଥିବା ବେଳେ ଘଟିଲା ବଡ଼ ଅଘଟଣ। ଘଟଣାସ୍ଥଳରେ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ହୋଇ ମାଓବାଦୀଙ୍କ ବମ ଏକ୍ସପର୍ଟର ମୃତ୍ୟୁ ଘଟିଛି।

ମୃତ ମାଓବାଦୀ ନାଁ ହେଉଛି ସୁନୀଲ ପଦମ। ସୁନୀଲ ଭୈରମଗଡ଼ ଏରିଆ କମିଟି ମାଓ ସଙ୍ଗଠନର IED ଏକ୍ସପର୍ଟ। ମାଓବାଦୀ ନିଜେ ଗାତ ଖୋଳିଥିବା ଗାତରେ ପୋଡି ହୋଇ ନିଜେ ହିଁ ମୃତ୍ୟୁବରଣ କରିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବେଚାପାଲ ନିକଟରେ ରାସ୍ତା କାମକୁ ବିରୋଧ କରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ଯୋଜନା କରୁଥିଲେ ମାଓବାଦୀ।

ବିସ୍ଫୋରଣରେ ନିହତ ହୋଇଥିବା ମାଓବାଦୀର ଶବକୁ ପୁଲିସ୍ ଉଦ୍ଧାର କରିଥିବା ବିଜାପୁର SP ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣରେ ଆଉ କାହାରିବାକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

The post ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା appeared first on Odisha Reporter.



from Odisha Reporter https://ift.tt/3cuvycz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages