ଏବେ କରୋନା ଗ୍ରାଫ୍‌ ୧୦୦ ତଳେ ରହୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ଏବେ କରୋନା ଗ୍ରାଫ୍‌ ୧୦୦ ତଳେ ରହୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟର କରୋନାଗ୍ରାଫ ଉପରେ ନଜର ପକାଇଲେ ଏବେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ସରକାରୀ ହିସାବରେ ଆଜି ରାଜ୍ୟରେ ୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ପଜିଟିଭ ଥିବା ସୂଚନା ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । କରୋନା ସଂକ୍ରମଣ ଆରମ୍ଭରୁ ଏବେ ଯାଏଁ ରାଜ୍ୟରେ ୩ ଲକ୍ଷ ୩୮ ହଜାର୧୯୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୬୫୨ ଆକ୍ଟିଭ କେସ୍ ରହିଛି।

ସେହିପରି ଦେଶରେ ୨୫ ହଜାର ପାର କରିଛି ଦୈନିକ ସଂକ୍ରମଣ । ଦିନକରେ ୨୫ ହଜାର ୩୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି।  ଦେଶରେ ମୋଟ ସଂକ୍ରମଣ ୧ କୋଟି ୧୩ ଲକ୍ଷ ପାର କରିଥିବା ବେଳେ ଦେଶରେ ଏଯାଏ କରୋନା ନେଲାଣି ୧ଲକ୍ଷ ୫୮ ହଜାର ୬୦୬ ଜଣଙ୍କ ଜୀବନ । ତେବେ ଗତକାଲିଠାରୁ ଆଜି ୧.୭ ପ୍ରତିଶତ ବଢିଛି ସଂକ୍ରମଣ । ଏବେ ଦେଶରେ ୨ ଲକ୍ଷ ୧୦ ହଜାରରୁ ଅଧିକ ଆକ୍ଟିଭ କେସ ରହିଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଓ ଗୁଜରାଟରେ ସଂକ୍ରମଣ ସର୍ବାଧିକ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, କରୋନା ବିପଦ ଏବେ ମଧ୍ୟ ଟଳି ନାହିଁ ।  ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ ନୁହେଁ।  ଲକ୍‌ଡାଉନ ଫେରୁ ବୋଲି ଆମେ କେହି ଚାହୁଁ ନାହୁଁ ।

ଏହାର ଏକମାତ୍ର ଉପାୟ ହେଲା ସତର୍କତା । ସତର୍କ ରହିଲେ ଲକ୍‌ଡାଉନ ଭଳି ସ୍ଥିତି ସୃଷ୍ଟି ହେବ ନାହିଁ  । ଏଥିପାଇଁ ବାହାରକୁ ଯିବା ମାତ୍ରେ ଠିକ୍ ଭାବେ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ସେ କହିଛନ୍ତି, କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ । ଏଥିପାଇଁ କରୋନା ନିୟମର କଡ଼ାକଡ଼ି ପାଳନର ତଦାରଖ ପାଇଁ ପୁଲିସ ଓ ପ୍ରଶାସନନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ନିଜେ ସତର୍କ ରହି ସମସ୍ତେ ମିଳିମିଶି ଜିରୋ ସଂକ୍ରମଣ ଲକ୍ଷ୍ୟ ପୂରଣ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

The post ଏବେ କରୋନା ଗ୍ରାଫ୍‌ ୧୦୦ ତଳେ ରହୁଛି appeared first on Odisha Reporter.



from Odisha Reporter https://ift.tt/3bHTdan

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages