ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୧ ଉତ୍କଳ ଦିବସ। ଏହି ଅବସରରେ ଓଡ଼ିଶାର ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ ତରଙ୍ଗ ମ୍ୟୁଜିକ ଏକ ଦେଶାତ୍ମବୋଧକ ଗୀତ ପ୍ରସ୍ତୁତ କରିଛି। ଏହି ଗୀତଟିର ଶୀର୍ଷକ ରହିଛି ”ସୁନ୍ଦର ମୋ ଓଡିଶା ଭୂଇଁ“। ଉତ୍କଳ ଦିବସ ଅବସରରେ ଏହି ଗୀତଟି ରିଲିଜ ହେବ ବୋଲି ଜଣାପଡ଼ିଛି। ଗୀତଟିକୁ ଲଳିତ ନାରାୟଣ ରଥ ରଚନା କରିଥିବାବେଳେ ସଂଗୀତରେ ସଜେଇଛନ୍ତି ଓଡ଼ିଶାର ଆଗ ଧାଡ଼ିର ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ। ଗୀତଟି ଓଡ଼ିଶାର ମାଟି ପାଣି ପବନ ପ୍ରାକୃତିକ ସମ୍ପଦ, କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ଓ ଗୌରବମୟ ଇତିହାସ ଉପରେ ଆଧାରିତ। ଗୀତଟି ବେଶ୍ ମନଛୁଆଁ ଓ ହୃଦୟ ସ୍ପର୍ଶୀ ହୋଇଛି।
ଗୀତଟିକୁ ମୋଟ୍ ୧୨ ଜଣ କଣ୍ଠଶିଳ୍ପୀ ଗାଈଛନ୍ତି। ଏହି ସୁନାମଧନ୍ୟ କଣ୍ଠ ଶିଳ୍ପୀମାନେ ହେଲେ ଓଡ଼ିଶାର ବିଷ୍ଣୁ ମୋହନ କବି, ସତ୍ୟଜିତ୍ ପ୍ରଧାନ, ଶଶାଙ୍କ ଶେଖର, ସ୍ୱୟମ୍ ପାଢୀ, ତାରିକ୍ ଅଜିଜ୍, ବାସୁଦେବ ମାଳ ବିଶୋଇ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଲୋପାମୁଦ୍ରା ଦାଶ, ଅର୍ପିତା ଚୌଧୁରୀ, ଶ୍ୱେତା ମିଶ୍ର ଓ ଜାଗ୍ରୁତି ମିଶ୍ର କଣ୍ଠ ଦାନ କରିଛନ୍ତି। ସବୁଠାରୁ ଖୁସିର କଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ତରଙ୍ଗ ମ୍ୟୁଜିକର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ବନ୍ଦେ ଉତ୍କଳ ଜନନୀ ନିଜେ ଗାନ କରିଛନ୍ତି। ଗୀତଟିର ଭିଡିଓ ଉତ୍କଳ ଦିବସ ଅବ୍ୟବହିତ ପୂର୍ବରୁ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି।
The post ଓଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/2PDX7s1
No comments:
Post a Comment