‘ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

‘ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’

ନୂଆଦିଲ୍ଲୀ: ଲିଭ-ଇନ-ରିଲେସନରେ ଥିଲେ ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଯଦି ଦୀର୍ଘ ଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି, ତେବେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ। ଲିଭ-ଇନ ରିଲେସନକୁ ନେଇ ଆଜି ଏଭଳି କିଛି ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ପାଞ୍ଚବର୍ଷ ହେବ କଲ ସେଣ୍ଟରର ଦୁଇ କର୍ମଚାରୀ ଲିଭ-ଇନ-ରିଲେସନସିପରେ ରହିଥିଲେ। ପରେ ଉକ୍ତ ଯୁବତୀଙ୍କୁ ଛାଡ଼ି ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ଲିଭ-ଇନ-ରିଲେସନ୍‌ରେ ରହିଥିବା ସଂପୃକ୍ତ ଯୁବତୀ ଜଣ ଯୁବକଙ୍କ ବିରୋଧରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ। ଏପରିକି ଯୁବକଙ୍କ ବିରୋଧରେ ଯୁବତୀ ଜଣକ ଦୁଷ୍କର୍ମ ଭଳି ଅଭିଯୋଗ ମଧ୍ୟ ଆଣିଥିଲେ।

ସୁପ୍ରିମକୋର୍ଟ ଏକ ଦୁଇ ଜଣିଆ ଖଣ୍ତପୀଠ ଏହି ମାମଲାରେ ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଏକେ ସିକରୀ ଏବଂ ଏସ୍ ଅବଦ୍ଦୁଲା ନଜୀର କହିଛନ୍ତି ଯେ, ଯଦି ଜଣେ ଯୁବକ ଏବଂ ଯୁବତୀ ଲିଭ-ଇନ୍ ରିଲେସନ ସମୟରେ ଆପୋଷ ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ବିବାହ ନକରନ୍ତି, ତେବେ ଉକ୍ତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇପାରିବ ନାହିଁ।

ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଏପରି ପରିସ୍ଥିତିରେ, ଅଭିଯୁକ୍ତ ବିବାହ କରିବାକୁ ଚାହୁଁଛନ୍ତି ନା ଅନ୍ୟ ଉଦ୍ଦେଶ୍ୟ ପାଇଁ ସେ ଏହି ସମ୍ପର୍କ ଗଠନ କରିଛନ୍ତି ତାହା ଉପରେ ନଜର ରଖିବା ଉଚିତ୍ ସର୍ବୋଚ୍ଚ ଅଦାଲତ କହିଛନ୍ତି।

କେବଳ ସେତିକି ନୁହେଁ ଏହା ମଧ୍ୟ ପରୀକ୍ଷା କରାଯିବା ଉଚିତ ଯେ ଯୁବକ ଜଣକ କେବଳ ନିଜର ଲୋଭ ସହିତ ଶାରୀରିକ  ସ୍ଥାପନ କରିଛନ୍ତି କି? କିନ୍ତୁ ଯଦି ଯୁବକ ମିଥ୍ୟା ପ୍ରତିଶ୍ରୁତି ନ ଦେଇଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ରହିଥିଲା, ତେବେ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

The post ‘ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’ appeared first on Odisha Reporter.



from Odisha Reporter https://ift.tt/3bW196P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages