ପୁଲିସ୍‌-ବିସ୍ଥାପିତ ମୁହାଁମୁହିଁ; ଢେଲା ମାଡ଼ କରି ୫୪ ଗିରଫ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ପୁଲିସ୍‌-ବିସ୍ଥାପିତ ମୁହାଁମୁହିଁ; ଢେଲା ମାଡ଼ କରି ୫୪ ଗିରଫ‌

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଚଳାଇଛି ପୁଲିସ୍‌। ଏପରିକି  ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୁଲିସ୍‌।

ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍‌କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି।

ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ।

ଘଟଣାସ୍ଥଳରେ ଆଲୋଚନାରତ ପୁଲିସ୍‌ ଅଧିକାରୀ।

ଏହାପରେ ପୁଣି ଥରେ ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ  ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍‌ ଗାଡ଼ି ସହ ୨ଟି ପୁଲିସ୍‌ ବସ୍‌ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି।  ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ଅତିରିକ୍ତ ଏସ୍‌ପି, ତହସିଲଦାର ଓ ଏସଡିପିଓ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଆନ୍ଦୋଳନକାରୀଙ୍କ ଢେଲାମାଡ଼ରେ ଭାଙ୍ଗି ଯାଇଥିବା ପୁଲିସ୍‌ ଭ୍ୟାନ୍‌।

ଜିଲ୍ଲାପାଳ କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ନାଲକୋରେ ନିଯୁକ୍ତି ଦାବି କରି ସେମାନେ ଏହି ଆନ୍ଦୋଳନ କରିଥିଲେ। ଉଭୟ ନାଲୋକ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମିଶି ଏହି ଘଟଣାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ନିମନ୍ତେ କୁହାଯାଇଛି।

The post ପୁଲିସ୍‌-ବିସ୍ଥାପିତ ମୁହାଁମୁହିଁ; ଢେଲା ମାଡ଼ କରି ୫୪ ଗିରଫ‌ appeared first on Odisha Reporter.



from Odisha Reporter https://ift.tt/2OQWdIP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages