ବିମାନରେ ଚଢ଼ିବା ବେଳେ ଖସିପଡ଼ିଲେ ବାଇଡେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ବିମାନରେ ଚଢ଼ିବା ବେଳେ ଖସିପଡ଼ିଲେ ବାଇଡେନ୍

ୱାଶିଂଟନ: ବିମାନରେ ଚଢ଼ିବା ବେଳେ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଥରେ କି ଦୁଇ ଥର ନୁହେଁ, ତିନି ଥର ଖସିଲେ ବାଇଡେନ୍‌ଙ୍କ ଗୋଡ଼। ୱାଶିଂଟନ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ ଏହି ଘଟଣା ଘଟିଛି ।

ସେନାବାହିନୀକୁ ଅଭିବାଦନ ଜଣାଇବା ପରେ ସେ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିଥାନ୍ତେ। ସେ ଆଟଲାଣ୍ଟରେ ଏସିଆ-ଆମେରିକୀୟ ଦେଶର ନେତାଙ୍କ ସହ ଆଲୋଚନା କରିଥା’ନ୍ତେ। ତେବେ ଏହା ପୂର୍ବରୁ ବିମାନରେ ଚଢ଼ିବା ବେଳେ ବାଇଡେନ୍‌ଙ୍କ ଗୋଡ଼ ଖସି ଯାଇଥିଲା। ଥରେ ଗୋଡ଼ ଖସିବା ପରେ ସେ ନିଜକୁ ସମ୍ଭାଳି ପୁଣି ଥରେ ବିମାନର ଶିଡି ଚଢ଼ିଥିଲେ। କିନ୍ତୁ ସେଥିରେ ମଧ୍ୟ ସେ ବିଫଳ ହୋଇଥିଲେ।

ଏଭଳି ତିନି ଥର ଗୋଡ଼ ଖସିବା ପରେ ବାଇଡେନ୍ ବିମାନରେ ଚଢ଼ିଥିଲେ। ତିନି ଥର ଗୋଡ଼ ଖସିବା ପରେ ବି ଏଥିରେ ବିଚଳିତ ନହୋଇ ବିମାନରେ ସ୍ୱାଭାବିକ ଭବେ ଚଢ଼ିଥିଲେ ବାଇଡେନ୍। ସେଠୁ ପୁଣି ଥରେ ସେ ଅଭିବାଦନ ଗ୍ରହଣ କରିଥିଲେ।

ସେପଟେ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ୭୮ ବର୍ଷୀୟ ବାଇଡେନ୍‌ ଆମେରିକା ଇତିହାସରେ ପ୍ରଥମ ବୟସ୍କ ରାଷ୍ଟ୍ରପତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯେହେତୁ ବିମାନରେ ଚଢ଼ିବା ବେଳେ ବହୁ ଜୋରରେ ପବନ ବୋହୁଥିଲା ତେଣୁ ଚଢ଼ିବା କଷ୍ଟକର ହୋଇଥିଲା ଏବଂ ତାଙ୍କ ନିୟନ୍ତ୍ରଣ ବିଗିଡି ଯାଇଥିଲା ବୋଲି କୁହାଯାଇଛି।

The post ବିମାନରେ ଚଢ଼ିବା ବେଳେ ଖସିପଡ଼ିଲେ ବାଇଡେନ୍ appeared first on Odisha Reporter.



from Odisha Reporter https://ift.tt/3eYUAn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages