ଉତୁରିଗଲା ବଡିବିଲ୍ଡିଂ ନିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଉତୁରିଗଲା ବଡିବିଲ୍ଡିଂ ନିଶା

ମସ୍କୋ: ଆଜିକାଲି ଲୋକେ ନିଜର ଫିଜିକାଲ ଫିଟ୍‌ନେସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କିଏ ଜିମ ଯାଇ ବ୍ୟାୟମ କରୁଛି ତ ଆଉ କିଏ ଯୋଗ । ଆଉ କିଏ କିଏ ମର୍ଣ୍ଣିଂ ୱାକ ମଧ୍ୟ କରୁଛନ୍ତି। କିନ୍ତୁ କିଛି ଲୋକେ କମ୍ ଦିନରେ ସୁନ୍ଦର ଏବଂ ଆକର୍ଷଣୀୟ ଶରୀର ପାଇବା ପାଇଁ ବିଭିନ୍ନ ଇଞ୍ଜେକସନ ଏବଂ ଔଷଧର ସାହାରା ନେଇଥା’ନ୍ତି। ବିଶେଷ କରି ବଡିବିଲ୍ଡିଂ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ୱତନ୍ତ୍ର ପ୍ରକାରର ଇଞ୍ଜେକସନ ନେଇଥା’ନ୍ତି। କିନ୍ତୁ ଏହି ଇଞ୍ଜେକସନ ବେଳେ ବେଳେ ସେମାନଙ୍କ ପାଇଁ କାଳ ସାଜିଥାଏ। ନିକଟରେ ଏଭଳି ହିଁ କିଛି ଘଟଣା ଘଟିଛି ଜଣେ ରଷିଆନ ବ୍ୟକ୍ତିଙ୍କ କ୍ଷେତ୍ରରେ।

ଋଷର ୨୪ ବର୍ଷୀୟ କିରିଲ୍ ତେରେସିନ୍। ତାଙ୍କୁ ବଡିବିଲ୍ଡିଂ କରିବା ନିଶା ପ୍ରବଳ ଘାରିଥିଲା। ଏଥିପାଇଁ ସେ ଏକ ସ୍ୱତନ୍ତ୍ର ଇଞ୍ଜେକସନ ନେଇ ତାଙ୍କ ବାଇସେପ୍ସ ଫୁଲାଇ ଥିଲେ। କିନ୍ତୁ ତାଙ୍କର ଏହି ବଡିବିଲ୍ଡିଂ ନିଶା ଏବେ ଉତରୁଯାଇଛି। ତାଙ୍କର ଯାହା ଅବସ୍ଥା ହୋଇଛି ତାହା ଦେଖିଲା ପରେ ଆଉ କେହି ବି ବଡି ବିଲ୍ଡିଂ ପାଇଁ ଚିନ୍ତା କରିବାକୁ ମଧ୍ୟ ଭୟ କରିବେ।

ଇଂଜେକସନ ଦେଇ ବାଇସେପ୍ସ ଫୁଲାଇବା ପରେ ଏବ ସର୍ଜରୀ କରିବାକୁ ପଡିଛି।

ସୂଚନା ମୁତାବକ, କିରିଲ ନିଜର ବାଇସେପ୍ସ ବଢ଼ାଇବା ପାଇଁ  ପେଟ୍ରୋଲିୟମ ଜେଲି ଇଞ୍ଜେକସନ ନେଇଥିଲେ। ଏଭଳି କରିବା ପ​‌ରେ କିରିଲଙ୍କ ଦୁଇ ବାହୁ ଫୁଲିବାକୁ ଲାଗିଥିଲ ଏବଂ ଦେଖୁ ଦେଖୁ ତାଙ୍କ ବାଇସେପ୍ସର ଆକାର ୨୪ ଇଞ୍ଚ ହୋଇଯାଇଥିଲା। କିନ୍ତୁ ତାହା ମଜଭୁତ ହୋଇନଥିଲା। ସେଥିପାଇଁ ତାଙ୍କ ମାଂସପେଶୀ ଧିରେଧି​‌ରେ ଖରାପ ହେବାକୁ ଲାଗିଲା। କେବଳ ସେତିକି ନୁହେଁ କିରିଲଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, କାରିଲଙ୍କ ହାତରେ ପ୍ରବଳ ଯନ୍ତ୍ରଣା ହେବାକୁ ଲାଗିଥିଲା। ନିଜ ହାତକୁ ସେ ହଲାଇ ମଧ୍ୟ ପାରୁନଥିଲେ।

ଅସହ୍ୟ ଯନ୍ତ୍ରଣା ପରେ ଏବେ ତାଙ୍କ ହାତର ସର୍ଜରୀ କରିବାକୁ ପଡିଛି। ସର୍ଜରୀ କରି କିରିଲଙ୍କ ବାହୁରୁ ଡେଡ୍‌ ମସଲ୍‌ ବାହାର କରିଦେବା ପ​‌ରେ ସେ ନିଜ ଭୁଲ ପାଇଁ ଏବେ ପଶ୍ଚାତାପ କରୁଛନ୍ତି। କାରଣ ସର୍ଜରୀ ସମୟରେ କିରିଲ ବହୁତ କଷ୍ଟ ସହିଛନ୍ତି। ୨୦ ବର୍ଷରେ ଥିଲା ବେଳେ ସେ କରିଥିବା ଭୁଲ ପାଇଁ ଆଜି ଭୋଗୁଛନ୍ତି ବୋଲି କହିଛନ୍ତି କିରିଲ। ଡାକ୍ତରମାନେ ବି ତାଙ୍କୁ ଏଥିପାଇଁ ପୂର୍ବରୁ ସତର୍କ କରାଇଥିଲେ, କିନ୍ତୁ ସେ କିଛି ଶୁଣିନଥିଲେ। ଏବେ କିନ୍ତୁ ଏହାକୁ ନେଇ ସେ ପଶ୍ଚାତାପ କରୁଥିବା ସେ କହିଛନ୍ତି।

The post ଉତୁରିଗଲା ବଡିବିଲ୍ଡିଂ ନିଶା appeared first on Odisha Reporter.



from Odisha Reporter https://ift.tt/2N3Ycsv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages