ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ  

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ।  ଆୟ ବହିର୍ଭୂତ ସମ୍ପତ୍ତି ନେଇ ଶ୍ୱଶୁରଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲୁଥିବା ବେଳେ ଏହି ଲିଙ୍କରେ ତାଙ୍କ ଜ୍ୱାଇଁ ଆସିଥିଲେ। ଏଭଳି ଚିତ୍ର ରାୟଗଡ଼ାରୁ ଆସିଛି।

ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ ଟିମ ରାୟଗଡା କସ୍ତୁରୀ ନଗର ବାଲାଜି ଟାୱାର ସ୍ଥିତ ତାଙ୍କ ବାସ ଭବନରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ନଗଦ ଟଙ୍କା ସହ ଏଟିଏମ କାର୍ଡ ଓ କିଛି କାଗଜପତ୍ର ଭିଜିଲାନ୍ସ ଅଧିକାରୀ ଜବତ କରିଛି । ସହକାରୀ ଯନ୍ତ୍ରୀ ବିରେନ୍ଦ୍ର ଖରାଙ୍କ ଶ୍ୱଶୁରଙ୍କ ଲିଙ୍କରେ ଏହି ଚଢ଼ାଉ କରାଯାଇଛି।

ଖରିଆର ରେଞ୍ଜର ଥିବା ତାଙ୍କ ଶ୍ୱଶୁର ସଦାନନ୍ଦ ସୁନାନୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲୁଥିବା ବେଳେ ଏହି ଲିଙ୍କରେ ରାୟଗଡ଼ା ଓ କଳାହାଣ୍ଡି ସମେତ ୬ଟି ସ୍ଥାନରେ ରେଡ୍‌ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

The post ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ   appeared first on Odisha Reporter.



from Odisha Reporter https://ift.tt/3rXCDcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages