ଉଦ୍ଧାର ପଣବନ୍ଦୀ ଯୁବକ ସୋରରେ ପହଞ୍ଚିଲେ, ଅପହରଣକାରୀ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଉଦ୍ଧାର ପଣବନ୍ଦୀ ଯୁବକ ସୋରରେ ପହଞ୍ଚିଲେ, ଅପହରଣକାରୀ ଫେରାର

ସୋର(ଶଶିକାନ୍ତ ବେହେରା): “ଆଠ ଲକ୍ଷ ଟଙ୍କା ଦିଅ ସ୍ୱାମୀକୁ ନିଅ, ନଚେତ ଗୁଳି କରିଦେବୁ।” ଗତକାଲି ଏପରି ଏକ ଭିଡିଓ ଦେଖାଇ ଅପହୃତାଙ୍କ ପତ୍ନୀ ସୋର ଥାନାରେ ପହଞ୍ଚି ନିଜ ସ୍ୱାମୀକୁ ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲେ। ଏହାପରେ ତତ୍ପର ହୋଇ ସୋର ଥାନା ପୁଲିସ୍‌ ଏକ ଟିମ୍‌ ଗଠନ କରିଥିଲା। ଏହାପରେ ମୋବାଇଲ ଟ୍ରାକିଂ କରି ପଶ୍ଚିମବଙ୍ଗର ସୁନ୍ଦରବନ ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚିଥିଲା। ସେଠାରେ ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଗୋଟିଏ ପରିତ୍ୟକ୍ତ ଘରୁ ଅପହୃତା ତାପସ କୁମାର ମହାନ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ୍‌। ହେଲେ ଅପହରଣକାରୀ ଫେରାର ହୋଇଯାଇଥିବା ଜଣାଯାଇଛି।

ଗତକାଲି ସୋର ଥାନାରେ ତାପସଙ୍କ ପତ୍ନୀ ସୁକାନ୍ତି ଅଭିଯୋଗ କରିବା ସହିତ ଭିଡିଓଟିକୁ ଆଇଆଇସି ମଧୁମିତା ମହାନ୍ତିଙ୍କୁ ଦେଖାଇଥିଲେ। ଏହାପରେ ସୋର ପୁଲିସ ତତ୍ପର ହୋଇ ଏଏସଆଇ ପ୍ରତାପ କାଲୋ ଏବଂ ପ୍ରଦୀପ ମହାନ୍ତିଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ମୋବାଇଲ ଟ୍ରାକିଙ୍ଗ କରି କଲିକତାର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର କୁଳଟାରି ଥାନା ସୁନ୍ଦରବନ ନ୍ୟାସନାଲ ପାର୍କ ନିକଟରେ ଏକ ପରିତ୍ୟକ୍ତ ଘରେ ତାପସ ଥିବା ଜାଣିବାକୁ ପାଇଥିଲା। ଏହାପରେ କୁଲଟାରୀ ଥାନାଧିକାରୀ ଏବଂ ଗ୍ରାମ ମୁଖିଆଙ୍କୁ ନେଇ ସୋର ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା।

ସେଠାରେ ୪ ଘଣ୍ଟାର ଅପରେସନ ପରେ ପୁଲିସ୍‌ ହାତଗୋଡ଼ ବନ୍ଧା ଅବସ୍ଥାରେ ତାପସଙ୍କୁ  ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଅପହୃତାମାନେ ଫେରାର ହୋଇଯାଇଥିଲେ।  ପ୍ରକାଶ ଥାଉକି ଏହି ଅଞ୍ଚଳ ବାଂଲାଦେଶ ବର୍ଡ଼ର ହୋଇଥିବାରୁ ପାଞ୍ଚ ଜଣ ଅପହୃତା ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ।

ତାପସଙ୍କୁ ଧରି ରାତି ଦୁଇଟା ବେଳେ ସୋର ପୁଲିସର ପାଞ୍ଚଜଣିଆ ଟିମ ସୋର ଥାନାରେ ପହଞ୍ଚିଥିବା ଜଣାଯାଇଛି। ପୁଲିସ୍‌ ସହଯୋଗ ବିନା ତାପସକୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଥାନ୍ତା ବୋଲି ତାଙ୍କ ମାମୁ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଡରରେ ବାଙ୍ଗାଲୋରରୁ ଚାକିରି ଛାଡ଼ି ଘରେ ବସିଥିବା ତାପସ ଏକ ଅଜଣା ନମ୍ବରରୁ ଫୋନ ପାଇ ଗତ ୨୮ ତାରିଖରେ କଲିକତା ପଳାଇଥିଲେ। ସେଠାରେ ତାଙ୍କୁ ପଣବନ୍ଦୀ ରଖି ଅପହରଣକାରୀ ତାଙ୍କ ପରିବାରବର୍ଗଙ୍କୁ ୮ ଲକ୍ଷ ଦାବି କରିଥିଲେ। ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦେଉଥିବାର ଭିଡିଓ ଘର ମୋବାଇଲକୁ ଆସିଥିଲା। ଯାହାର ଭିଡିଓ ଭାଇରାଲ ହୋଇଛି। ତାପସଙ୍କ ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଭୟଭୀତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା ମଧ୍ୟ କରିଦେଇଥିଲେ। ଏହାପରେ ପୁଲିସ୍‌ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

ଏନେଇ ସଦର ଥାନା ଆଇଆଇସି ମଧୁମିତା ମହାନ୍ତି କହିଛନ୍ତି,କେଉଁ କାରଣରୁ ପଣବନ୍ଦୀ ରଖିଥିଲେ ତାହା ଜଣାପଡ଼ୁନି।  ସ୍ଥାନୀୟ ପୁଲିସ୍‌ ସହାୟତାରେ ଗତକାଲି ଦିନ ୧୨ଟା ଭିତରେ ଉଦ୍ଧାର କରାଯାଇଛି। ସୋରକୁ ଅଣାଯାଇଛି। ମେଡିକାଲ ପଠାଯିବ। ଏହାପରେ ଘଟଣା ସମ୍ପର୍କରେ ପଚରାଯିବ । ଉଦ୍ଧାର ସମୟରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯିବାରୁ ଅପହରଣକାରୀମାନେ ଫେରାର ହେବାରେ ସଫଳ ହୋଇଛନ୍ତି।

The post ଉଦ୍ଧାର ପଣବନ୍ଦୀ ଯୁବକ ସୋରରେ ପହଞ୍ଚିଲେ, ଅପହରଣକାରୀ ଫେରାର appeared first on Odisha Reporter.



from Odisha Reporter https://ift.tt/3bU4gfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages