ହଠାତ୍‌ ବଢ଼ିଲା କରୋନା ସଂକ୍ରମଣ: ଦିନକରେ ପ୍ରାୟ ୩୬ ହଜାର ସଂକ୍ରମିତ, ୧୭୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ହଠାତ୍‌ ବଢ଼ିଲା କରୋନା ସଂକ୍ରମଣ: ଦିନକରେ ପ୍ରାୟ ୩୬ ହଜାର ସଂକ୍ରମିତ, ୧୭୨ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକକଙ୍କୁ ସତର୍କ ରହିବାକୁ ସରକାର ବାରମ୍ବାର ନିବେଦନ କରୁଥିଲେ ହେଁ ସଂକ୍ରମଣ ହାରରେ କୌଣସି ବ୍ରେକ ଲାଗୁନାହିଁ। ସ୍ଥିତି ଏପରି ହୋଇଛି ଯେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ଛୁଇଁଛି। ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫, ୮୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ୧୦୨ ଦିନ ମଧ୍ୟରେ ସର୍ବାଧିକ। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୭୪,୬୦୫ରେ ପହଞ୍ଚି ଯାଇଛି। ସେହିପରି ଗତକାଲି ତୁଳନାରେ ଆଜି ୨୪% ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୧,୧୦,୬୩,୦୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୫୨,୩୬୪ ରହିଛି। ମହାମାରୀ କରୋନା ୨୪ ଘଣ୍ଟାରେ ଆଉ ୧୭୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୯,୨୧୬ ଛୁଇଁଛି।


ସରକାର କହିଛନ୍ତି, ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ଆକ୍ଟିଭ କେସ୍‌ ସଂଖ୍ୟା ୧୫୦ ଗୁଣ ବୃଦ୍ଧି ପାଇଛି। ବିଶେଷ କରି ମହାରାଷ୍ଟ୍ରର ସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ମୋଟ ୨୩,୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଏହା ସର୍ବାଧିକ। ସେହିପରି ଦିଲ୍ଲୀରେ ମଧ୍ୟ ୨୪ ଘଣ୍ଟାରେ ୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ୨ ମାସରେ ସର୍ବାଧିକ। କେବଳ ମହାରାଷ୍ଟ୍ର କିମ୍ବା ଦିଲ୍ଲୀ ନୁହେଁ, ଗୁଜରାଟ, ପଞ୍ଜାବ ଓ କେରଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟପକ୍ଷରେ ସମଗ୍ର ଦେଶରେ ୧୭ ମାର୍ଚ୍ଚରେ ୧୦,୬୩,୩୭୯ଟି ନମୁନା ପରୀକ୍ଷା କରାଯାଇଛି। ଏହାର ଅର୍ଥ ଏଯାଏ ଦେଶରେ ୨୩,୦୩,୧୩,୧୬୩ଟି ନମୁନା ପରୀକ୍ଷା କରାଗଲାଣି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସେହିପରି କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

The post ହଠାତ୍‌ ବଢ଼ିଲା କରୋନା ସଂକ୍ରମଣ: ଦିନକରେ ପ୍ରାୟ ୩୬ ହଜାର ସଂକ୍ରମିତ, ୧୭୨ ମୃତ appeared first on Odisha Reporter.



from Odisha Reporter https://ift.tt/2P7JUYc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages