ନୀଳଗିରି(ବିଶ୍ୱମ୍ବର ଦାସ): ଗ୍ୟାସ ସଂଯୋଗୀକରଣର ଯାଞ୍ଚ ନିମନ୍ତେ ଆସିଥିବା ୨ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ନିର୍ଧୂମ ଛେଚିଲେ ଗ୍ରାମବାସୀ। ଉଭୟ ସମ୍ପର୍କରେ ଦାଦା –ପୁତୁରା ବୋଲି ଜଣାପଡ଼ିଛି। । ତେବେ ୨ ଯୁବକଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଜଣାପଡ଼ି ନାହିଁ। ଏପରି ଘଟଣା ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଡାସୁଳ ଅଞ୍ଚଳରେ ଘଟିଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ସନ୍ତୋଷ ପାତ୍ର ଓ ତାଙ୍କ ଦାଦା ଗଣେଶ୍ୱର ପାତ୍ର ନାମକ ୨ ଯୁବକ ନୀଳଗିରି ଥାନା ପୋଡାସୁଳ ଗାଁରେ ପହଞ୍ଚିଥିଲେ। ସେଠାରେ ଡିଲର ପଠାଇଥିବା କହି ଗ୍ୟାସ ସଂଯୋଗୀକରଣର ଯାଞ୍ଚ କରିବେ ବୋଲି କହିଥିଲେ। ମାତ୍ର ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ନ ପାରିବାରୁ ଗାଁ ଲୋକେ ସେମାନଙ୍କୁ ସନ୍ଦେହ କରିଥିଲେ।
ଉଭୟ ପିଲାଚୋରି ପାଇଁ ଗାଁକୁ ଆସିଥିବା ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଉଭୟ ଦାଦା-ପୁତୁରାଙ୍କୁ ନିର୍ଧୂମ ଛେଚିଥିଲେ । ବହୁ ସମୟ ପରେ କିଛି ଲୋକେ ପହଞ୍ଚି ଉଭୟଙ୍କୁ ଉଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ପୁତୁରା ସନ୍ତୋଷ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
The post ଦାଦା ପୁତୁରାଙ୍କ କଥାରେ ରହିଲାନି ତାଳମେଳ, ପିଲା ଚୋର ଭାବି ପିଟିଲେ ଲୋକେ appeared first on Odisha Reporter.
from Odisha Reporter https://ift.tt/3qOThcE
No comments:
Post a Comment