“ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

“ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ”

ସୋର(ଶଶିକାନ୍ତ ବେହେରା): “ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ।” ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ସୁନା ବ୍ୟବସାୟୀ ପ୍ରହଲ୍ଲାଦ ବେହେରା ଗତକାଲିଠୁ ନିଖୋଜ ଥିବା ବେଳେ ଏପରି ଭାବେ ଆକୁଳ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ରଞ୍ଜୁଲତା ବେହେରା  । ସ୍ୱାମୀ ୨ ଲକ୍ଷର ସୁନା ଗହଣା ନେଇ ନିକଟସ୍ଥ ଦାଣ୍ଡହରିପୁର ଅଞ୍ଚଳକୁ ଯାଇଥିବା ବେଳେ ଆଉ ତାଙ୍କ ପତ୍ତା ମିଳୁନି। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ପ୍ରହଲ୍ଲାଦଙ୍କ ସୂଚନା ପାଇପାରୁନି। ତେଣୁ ଗହଣାତକ ଯାଉ ପଛେ ମୋ ସ୍ୱାମୀ ଫେରି ଆସନ୍ତୁ ବୋଲି କୋଭରା କଣ୍ଠରେ କହିଛନ୍ତି ରଞ୍ଜୁଲତା।

ସୂଚନାଯୋଗ୍ୟ, ଗତ କାଲି ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ  ଯୁବକ ଗହଣା କିଣିବା  ପାଇଁ ପ୍ରହଲ୍ଲାଦଙ୍କୁ ଡକାଇଥିଲେ ।  ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ନେଇ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୧୧ଟା ବେଳେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ  ପରିବାର ଲୋକ ତାଙ୍କ ମୋବାଇଲ୍‌କୁ ଫୋନ କରିବାରୁ ଫୋନଟି ସୁଇଚ୍ ଅଫ୍ ଆସିଥିଲା। ଏହାପରେ  ରିବାର ଲୋକେ ବହୁ ଜାଗା ଖୋଜା ଖୋଜି କରିବା ପରେ ମଧ୍ୟ ପ୍ରହଲ୍ଲାଦ ଙ୍କ ଖୋଜ ଖବର କିଛି ପାଇ ନଥିଲେ।

ମାତ୍ର ସୁମନ୍ତ ମଲିକ ଫୋନ କରି ତୁମ ଭାଇକୁ କିଛି ଲୋକ ଅଟକ ରଖିଥିବା କହିଥିଲେ। ଏହାପରେ ଫୋନଟି କଟିଯାଇଥିଲା । ପରେ ସେହି ନମ୍ବରରେ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ଫୋନଟି ସୁଇଚ ଅଫ୍ ହୋଇଯାଇଥିଲା । ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ସୋର ପୋଲିସ୍  ଘଟଣାର ତନାଘନା ଚଳାଇଥିବା ବେଳେ କିଛି ସୁରାକ ପାଇପାରି ନାହିଁ।

ଏନେଇ ପ୍ରହଲ୍ଲାଦଙ୍କ ସ୍ତ୍ରୀ କହିଛନ୍ତି, “ସବୁ ଦିନ ପରି ଗତକାଲି ସକାଳ ସାଢେ ୮ଟାରେ ଦୋକାନକୁ ଗଲେ। ଏହାପରେ ତାଙ୍କ ଫୋନ ସୁଇଚ ଅଫ ଆସୁଛି, ପୁଅକୁ ବାନ୍ଧିକି ରଖିଛନ୍ତି ବୋଲି ଦେଢଟାରେ ଶ୍ୱଶୁର ଫୋନ୍‌ କରି କହିଲେ। ”

ଏହାପରେ ରଞ୍ଜୁଲତା କହିଛନ୍ତି,  “ଅଢେଇଟାରେ କିନ୍ତୁ ମୋ ସ୍ୱାମୀ ଫୋନ୍‌ କରି ଦୋକାନରେ ଥିବା କହିଥିଲେ। ଏହାପରେ ପୁଣି ଥରେ ଫୋନ୍‌ ସୁଇଚ ଅଫ୍‌ ହୋଇଗଲା।“

ଏହାପରେ ୫ଟାରେ ଯାଇ ଥାନାରେ ଅଭିଯୋଗ କଲୁ। ପୁଲିସ୍‌ ରାତିରେ ଦାଣ୍ଡହରିପୁର ଗାଁକୁ ଯାଇଥିଲା କିଛି ଖବର ମିଳିନି। ସ୍ୱାମୀ ଅପହରଣ ପଛରେ ସୁମନ୍ତ ମଲ୍ଲିକ, ପୁତୁରା ସୁବତ୍ର, ସାନଭାଇ ବାପୁନିକୁ ସନ୍ଦେହ କରୁଛି। ପୁଲିସ୍‌ ଯାହାବି କରି ମୋ ସ୍ୱାମୀଙ୍କୁ ଫେରାଇ ଆଣୁ ବୋଲି ଆକୁଳ ନିବେଦନ କରିଛନ୍ତି ରଞ୍ଜୁଲତା।

The post “ଗହଣା ଯାଉ ପଛେ ମୋ ସ୍ୱାମୀକୁ ଖୋଜି ଆଣି ଦିଅ” appeared first on Odisha Reporter.



from Odisha Reporter https://ift.tt/3qUKAh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages