ଚିନ୍ତା ବଢ଼ାଇଲାଣି କରୋନା, ଦିନକରେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଚିନ୍ତା ବଢ଼ାଇଲାଣି କରୋନା, ଦିନକରେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାକୁ ବସିଲାଣି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତକାଲି ପ୍ରାୟ ୩୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ ହଜାର ଛୁଇଁବାକୁ ବସିଛି।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚି ଯାଇଛି।


ଏମାନଙ୍କ ମଧ୍ୟରୁ ୧,୧୦,୮୩, ୬୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶର ଆକ୍ଟିଭ କେସ୍‌ ସଂଖ୍ୟା ୨, ୭୧,୨୮୨ ରହିଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୫୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୯,୩୭୦କୁ ବୃଦ୍ଧି ପାଇଛି। ଏଯାଏ ଦେଶରେ ମୋଟ ୩,୯୩,୩୯,୮୧୭ ଜଣଙ୍କୁ କରୋନା ଟିକା ଦିଆଯାଇଛି।

ମହାରାଷ୍ଟ୍ରର କରୋନା ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଠାକାର ଅଧିକାଂଶ ସ୍ଥାନରେ ଲକଡାଉନ, ଶଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଥିଲେ ହେଁ ପ୍ରତିଦିନ ସଂକ୍ରମଣହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୫,୮୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି।

ସେହିପରି ଦିନକରେ କରୋନା ୫୮ ଜଣଙ୍କ ମୁଣ୍ଡ ନେଇଛି। ଗତକାଲି ଏଠାରେ ୨୩,୧୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟରେ ଏଯାଏ ମୋଟ ୨୩,୯୬,୩୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧,୭୫,୫୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


ମହାରାଷ୍ଟ୍ରରେ କରୋନା ମୋଟ ୫୩,୧୩୮ ଜଣଙ୍କ ମୁଣ୍ଡ ନେଇଛି। ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଆକ୍ଟିଭ କେସ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏବେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୧,୬୬,୩୫୩ ରହିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଆହୁରି ଅଧିକ କଟକଣା ଲଗାଇବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

The post ଚିନ୍ତା ବଢ଼ାଇଲାଣି କରୋନା, ଦିନକରେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3vIRwSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages