ଶ୍ରୀଜିଉଙ୍କ ଦର୍ଶନ ପରେ ୧ ଲକ୍ଷ ଟଙ୍କାର ଚେକ୍ ଦେଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ଶ୍ରୀଜିଉଙ୍କ ଦର୍ଶନ ପରେ ୧ ଲକ୍ଷ ଟଙ୍କାର ଚେକ୍ ଦେଲେ ରାଷ୍ଟ୍ରପତି

ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ ରାଷ୍ଟ୍ରପତି ସମପର୍ଣ ନିଧି ଅଭିଯାନରେ ଶ୍ରୀମନ୍ଦିର ପ୍ରଶାସନକୁ ୧ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହାକୁ ଗ୍ରହଣ କରିଥିଲେ।

ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇ ବିଶ୍ୱର ଓଡ଼ିଆ ଓ ହିନ୍ଦୁ ସମାଜକୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ରାଷ୍ଟ୍ରପତିଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ଲକ୍ଷ ଟଙ୍କା ଶ୍ରୀମନ୍ଦିର ପାଣ୍ଠିକୁ ପ୍ରଦାନ କରିବା ସହ ସମସ୍ତଙ୍କୁ ଏଭଳି ସହଯୋଗ ପାଇଁ ନିବେଦନ କରିଥିଲେ। ଏହାପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୫୦ ହଜାର ଟଙ୍କା ଲେଖାଏଁ ଦାନ କରିଥିଲେ।

ଶ୍ରୀମନ୍ଦିରର ବିକାଶ ପାଇଁ ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବାକୁ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେବା ସହ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଥିଲେ।

ସେହିପରି ଗତ ୧୪ ତାରିଖରେ ଶ୍ରୀଜଗନ୍ନାଥ ଧାମ ପୁରୀର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ଗଜପତି ମହାରାଜା ଓ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀମନ୍ଦିରର ବିକାଶ ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଦିଗରେ ହୋଇଥିବା ଏହି ଆଲୋଚନାରେ ଆମେରିକା, ସ୍ୱିଡେନ୍, ଜାପାନ, ମିଆଁମାର, ଚୀନ୍ ଭଳି ୩୦ରୁ ଊର୍ଦ୍ଧ୍ୱ ଦେଶରେ ରହୁଥିବା ଓଡ଼ିଆ ଯୋଗ ଦେଇଥିଲେ।

The post ଶ୍ରୀଜିଉଙ୍କ ଦର୍ଶନ ପରେ ୧ ଲକ୍ଷ ଟଙ୍କାର ଚେକ୍ ଦେଲେ ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/3c78RvX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages