ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯାଉଛି। ମ୍ୟାଚରେ ପୁଣିଥରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଅନଲକି ସାବ୍ୟସ୍ତ ହୋଇଛନ୍ତି। ଇଂଲଣ୍ଡ କ୍ରମାଗତ ତୃତୀୟ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।
ଆଜି ମ୍ୟାଚରେ ଭାରତୀୟ ଦଳର ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିବା କୁଲଦୀପ ଯାଦବ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ପେସର୍ ଟି. ନଟରାଜନଙ୍କୁ ସାମିଲ୍ କରାଯାଇଛି। ଇଂଲଣ୍ଡ ସ୍କ୍ୱାଡରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ପେସ୍ ବୋଲର ମାର୍କ ଉଡ୍ କମବ୍ୟାକ୍ କରିଥିବା ବେଳେ ଟମ୍ କୁରାନ୍ ବାଦ୍ ପଡ଼ିଛନ୍ତି।
Toss Update:
England have won the toss & elected to bowl against #TeamIndia in the third @Paytm #INDvENG ODI.
Follow the match https://t.co/wIhEfE5PDR pic.twitter.com/AxDtLzCB8T
— BCCI (@BCCI) March 28, 2021
ସୂଚନାଯୋଗ୍ୟ, ପ୍ରଥମ ଦିନିକିଆକୁ ଭାରତ ଇଂଲଣ୍ଡକୁ ୬୬ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚରେ ଭାରତ ୩୩୬ ରନ୍ର ବଡ଼ କରିବା ସତ୍ତ୍ୱେ ଏହାକୁ ଡିଫେଣ୍ଡ୍ କରିପାରିନଥିଲା। ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡ ଟିମ୍ ୪୩.୩ ଓଭରରେ ୪ ୱିକେଟ୍ ହରାଇ ୩୩୭ ରନ୍ କରି ବିଜୟୀ ହୋଇଥିଲା। ଏହି ବିଜୟ ସହ ଇଂଲଣ୍ଡ ସିରିଜକୁ ୧-୧ରେ ବରାବର କରିଛି। ଆଜି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ସିରିଜ୍ କବ୍ଜା କରିବ।
ଭାରତ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ଲୋକେଶ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଟି. ନଟରାଜ, ପ୍ରସିଦ୍ଧ କ୍ରିଷ୍ଣା।
ଇଂଲଣ୍ଡ: ଜେସନ୍ ରୟ, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍(କ୍ୟାପଟେନ୍), ଡାୱିଡ ମଲାନ, ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ୍ ଅଲୀ, ସାମ୍ କୁରାନ୍, ମାର୍କ ଉଡ୍, ଆଦିଲ୍ ରଶିଦ୍, ରୀସ୍ ଟପଲେ।
The post ଅନଲକି କୋହଲି ପୁଣି ଟସ୍ ହାରିଲେ, ପ୍ରଥମେ ବ୍ୟାଟିଂ କରିବ ଭାରତ appeared first on Odisha Reporter.
from Odisha Reporter https://ift.tt/3ctV035
No comments:
Post a Comment