ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ର ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ପୁଣି ଏହି ଶିକ୍ଷାନୁଷ୍ଠାନରୁ ୪ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ ଷ୍ଟାଫ ମଧ୍ୟ ଥିବା ରାଉରକେଲା ADM ଅବୋଲି ସୁନୀଲ ନରୱେଣ ସୂଚନା ଦେଇଛନ୍ତି।
NIT ପରିସର ମଧ୍ୟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯୋଗାଇ ଦିଆଯାଇଛି। NIT ପରିସରରୁ ବାହାରକୁ କେହି ବାହାରି ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ବାହାର କୌଣସି ବ୍ୟକ୍ତି ମଧ୍ୟ NIT ଭିତରକୁ ଆସିପାରିବେ ନାହିଁ ।
ରାଉରକେଲା ADM ଦେଇଥିବା ସୂଚନା ମୁତାବକ, ସମସ୍ତ ପଜିଟିଭଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ରଖାଯାଇଛି। ପଜିଟିଭଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯୋଗାଇ ଦିଆଯାଇଛି।
ଗତ ୪ ଦିନରେ ପ୍ରାୟ ୨ ଶହ ଜଣଙ୍କ RCPCR ଟେଷ୍ଟ କରାଯାଇଛି । ଯାହାର ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ଆସିବ । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପଟେ NIT ପରିସର ମଧ୍ୟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ସହଯୋଗ କରିବ କହିଲେ ADM।
ସୂଚନାଯୋଗ୍ୟ, NIT ର ୩ ଛାତ୍ର ଗତ ୨୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
The post NITରୁ ପୁଣି ୪ ପଜିଟିଭ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3tYjszC
No comments:
Post a Comment