ଆବଶ୍ୟକ ସାମଗ୍ରୀ: ରୋହି ମାଛ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କଟା ପିଆଜ, ଜୀରା ଧନିଆ, ତେଜପତ୍ର, ଗୁଜୁରାତି ଗୁଣ୍ଡ, ଚାଉଳ ପିଠୋଉ, ରିଫାଇନ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ରୋହି ମାଛରେ ଲୁଣ, ହଳଦୀ ଗୋଳାଇ ରଖନ୍ତୁ। ଚାଉଳ ପିଠୋଉରେ ହଳଦୀ, ଲଙ୍କା ଗୁଣ୍ଡ, ଲୁଣ,କଟା ପିଆଜ, ଜୀରା, ଧନିଆ, ତେଜପତ୍ର, ଗୁଜୁରାତି ଗୁଣ୍ଡ ପକାଇ ଗୋଳେଇ ଦିଅନ୍ତୁ। ଲୁଣ ହଳଦୀ ଗୋଳା ମାଛକୁ ମସଲା ପିଠୋଉରେ ବୁଡ଼େଇ ତେଲରେ ଛାଣନ୍ତୁ। ଏଥର ଗରମାଗରମ ପରଷନ୍ତୁ ମାଛ ପିଠୋଉ।
(Source:Taste of Odisha, OTV)
The post ଫଟାଫଟ ପ୍ରସ୍ତୁତ କରନ୍ତୁ ମାଛ ପିଠୋଉ appeared first on Odisha Reporter.
from Odisha Reporter https://ift.tt/3rqdLsm
No comments:
Post a Comment