ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା: ୪୨ ହଜାର ସ୍କୁଲରେ ନାହିଁ ପିଇବା ପାଣିର ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା: ୪୨ ହଜାର ସ୍କୁଲରେ ନାହିଁ ପିଇବା ପାଣିର ବ୍ୟବସ୍ଥା

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା କହୁଛନ୍ତି। ନୂଆ ଶିକ୍ଷା ନୀତି ଠାରୁ ଆରମ୍ଭ କରି ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ବଡ଼ବଡ଼ ଘୋଷଣା କରାଯାଉଛି। ହେଲେ ବାସ୍ତବରେ ଆମ ସ୍କୁଲଗୁଡ଼ିକର ବିକଟଳ ଚେହେରା ସାମ୍ନାକୁ ଆସିଛି।

ଦେଶରେ ଥିବା ପ୍ରାୟ ୧୧ ଲକ୍ଷ ସରକାରୀ ସ୍କୁଲ ମଧ୍ୟରୁ ୪୨ ହଜାର ସ୍କୁଲରେ ପିଲାଙ୍କ ପାଇଁ ଉପଯୁକ୍ତ ପିଇବା ପାଣିର ବ୍ୟବସ୍ଥା ନାହିଁ। ସେହିପରି ୧୫ ହଜାର ସ୍କୁଲରେ ଶୌଚ ହେବା ପାଇଁ ଟଏଲେଟର ସୁବିଧା ନାହିଁ। ଏକଥା ଖୋଦ୍‌ କେନ୍ଦ୍ର ସରକାର କହିଛନ୍ତି।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି, ଶିକ୍ଷା ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ଓ ଦେଶର ଅଧିକାଂଶ ସ୍କୁଲ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିୟମିତ ଭାବେ ସେମାନଙ୍କ ଅଧୀନରେ ଥିବା ସ୍କୁଲ ଗୁଡ଼ିକରେ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ପୃଥକ ଟଏଲେଟ ବ୍ୟବସ୍ଥା କରିବାକୁ କୁହାଯାଉଛି।

ସେହିପରି ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ସୁରକ୍ଷିତ ଓ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ୨୦୧୮-୧୯ରେ ୟୁଡିଆଇଏସ୍‌ଇର ତଥ୍ୟ ଅନୁଯାୟୀ, ଦେଶରେ ଥିବା ୧୦,୮୩,୭୪୭ ସରକାରୀ ସ୍କୁଲ ମଧ୍ୟରୁ ୧୦,୪୧,୩୨୭ଟିରେ ପିଇବା ପାଣିର ବ୍ୟବସ୍ଥା ରହିଛି। ସେହିପରି ୧୦,୬୮,୭୨୬ଟି ସ୍କୁଲରେ ପିଲାଙ୍କ ପାଇଁ ଟଏଲେଟ ବ୍ୟବସ୍ଥା ହୋଇଛି ବୋଲି ଶିକ୍ଷାମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

The post ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା: ୪୨ ହଜାର ସ୍କୁଲରେ ନାହିଁ ପିଇବା ପାଣିର ବ୍ୟବସ୍ଥା appeared first on Odisha Reporter.



from Odisha Reporter https://ift.tt/2NuuwVs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages