ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବ୍ୟବସାୟୀକରଣ ହେବ ଆଲୁମିନିୟମ ଏୟାର ବ୍ୟାଟେରୀ। ବିଦ୍ୟୁତ ଚାଲିତ ଯାନବାହନ ପାଇଁ ଆଲୁମିନିୟମ ଏୟାର ବ୍ୟାଟେରୀ ଯୋଗାଯିବ।  ଆଲୁମିନିୟମ-ଏୟାର   ବ୍ୟାଟେରୀ   ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏବଂ ଇସ୍ରାଏଲର  ଶକ୍ତି ମନ୍ତ୍ରୀ ୟୁଭାଲ୍  ଷ୍ଟିନ୍ଞ୍ଜଙ୍କ  ଉପସ୍ଥିତିରେ ଭିଡିଓ  କନଫରେନ୍ସିଂ ଜରିଆରେ ଆଇଓସି  ଫିନର୍ଜି ପ୍ରାଇଭେଟ୍  ଲିମିଟେଡ(ଆଇଓପି)ର ଉଦଘାଟନ  ହୋଇଯାଇଛି।

ଏହି ଅବସରରେ ଏହି ଯୌଥ  ଉଦ୍ୟୋଗ ମାଧ୍ୟମରେ ଦେଶରେ  ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ  ବ୍ୟବହାର ଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଆଇସି  ଫିନର୍ଜି  ପ୍ରାଇଭେଟ୍ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର  ଯୌଥ  ଉଦ୍ୟୋଗ। ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍ ଉତ୍ପାଦନକାରୀ  କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବା।

ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ୱଚ୍ଛ, ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା। ଏଥିସହ  ନୂଆ  ଯାତ୍ରା  ଆରମ୍ଭ  କରିଥିବାରୁ ଏହି ଦୁଇ  କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଅଟୋମୋଟିଭ୍ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ  କରିବା  ପାଇଁ ଇଣ୍ଡିଆନ ଅଏଲ-ଫିନର୍ଜି   ପ୍ରାଇଭେଟ ଲିମିଟେଡ୍ ସହ ଅଟୋମୋଟିଭ୍ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ୍ ଇଂଟେଟ୍ ନେଇ ମଧ୍ୟ ଚୁକ୍ତି ହୋଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼  ଉପଲବ୍ଧି। ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ।

ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟରେ ନୂଆଦିଲ୍ଲୀ  ଠାରେ ୨୦୧୮ରେ  ହୋଇଥିବା ଏମଓୟୁର  ପ୍ରତିଫଳନ।  ପ୍ରଦୂଷଣ କମ କରିବା  ଭଳି ଉର୍ଜା ମାଧ୍ୟମରେ ଭାରତ ଜଳବାୟୁ ପରିବର୍ତନକୁ  ହ୍ରାସ  କରିବା ଦିଗରେ ନିଜର ପ୍ରତିବଦ୍ଧତା ଦର୍ଶାଇଛି। ଏହା ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ପଦକ୍ଷେପ ଆଲୁମିନିୟମ ଏୟାର ବ୍ୟାଟେରୀ ପରିସଂସ୍ଥାନର ସ୍ୱଦେଶୀ ବିକାଶକୁ ସୁବିଧା ପ୍ରଦାନ କରିବା ସହ  ବିଦ୍ୟୁତ ଚାଳିତ ଯାନବାହାନର  ଟେକ୍ନୋଲୋଜି କ୍ଷେତ୍ରରେ ମେକ୍ ଇନ୍  ଇଣ୍ଡିଆକୁ ମଜବୁତ୍ କରିବ। ଏହାସହ ଅନ୍ୟାନ୍ୟ ସ୍ୱଚ୍ଛ ଉର୍ଜା ଦିଗରେ ଗବେଷଣା ଏବଂ ବିକାଶ, ଟେକ୍ନୋଲୋଜି ଟ୍ରାନ୍ସଫର, ପୁଞ୍ଜିନିବେଶ, କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

The post ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3vCi1Zj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages