ଅହମଦାବାଦ: ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ପାଇ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ସୂର୍ଯ୍ୟ କୁମାର ଯାବ। ସେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ୫୭ ରନ୍ର ଇନିଂସ୍ ଖେଳି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି।
ତେବେ ଏହି ମ୍ୟାଚ୍ରେ ତାଙ୍କ ଆଉଟକୁ ନେଇ ବିବାଦ ଦେଖାଯାଇଛି। ପୂର୍ବତନ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଖେଳ ସାମ୍ବାଦିକ ଓ ସୋଶାଲ ମିଡିଆ ବ୍ୟବହାରକାରୀ ସୂର୍ଯ୍ୟଙ୍କ ଆଉଟକୁ ନେଇ ଅମ୍ପାୟାର ଓ ଆଇସିସି ଉପରେ କ୍ଷୁବ୍ଧ ହୋଇଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଫିଲ୍ଡ ଅମ୍ପାୟାରଙ୍କ ସଫ୍ଟ ସିଗ୍ନାଲ ଆଉଟ ଘୋଷଣା ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଭାରତୀୟ ଇନିଂସ୍ର ୧୩ତମ ଓଭର୍ରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବୋଲିଂ କରିବାକୁ ଆସିଥିଲେ ସାମ କୁରାନ। ସେ ପ୍ରଥମ ବଲ୍ରେ ଛକା ମାରିବା ପରେ ଦ୍ୱିତୀୟ ବଲକୁ ଫାଇନ ଲେଗ୍ ଉପରେ ଖେଳିବାକୁ ଚାହିଁଥିଲେ। ବଲଟି ବାଉଣ୍ଡରୀ ଆଡ଼କୁ ଯାଉଥିବା ବେଳେ ଡାଇଭ୍ ମାରି ଇଂଲିଶ ଫିଲ୍ଡର ଡାୱିଡ ମଲାନ ଏହାକୁ କ୍ୟାଚ୍ କରି ନେଇଥିଲେ।
ତେବେ ସେ ବଲଟି ଧରିବା ବେଳେ ଏହା ତଳେ ମାଡ଼ ହୋଇଛି କି ନାହିଁ ସେକଥା ଜାଣିବା ପାଇଁ ଫିଲ୍ଡ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହଯୋଗ ନେଇଥିଲେ। କିନ୍ତୁ ଏହା ପୂର୍ବରୁ ସଫ୍ଟ ସିଗ୍ନାଲ ଭାବେ ଫିଲ୍ଡ ଅମ୍ପାୟାର ଆଉଟ ଦେଇଥିଲେ। ଥାର୍ଡ ଅମ୍ପାୟାର ବାରମ୍ବାର କ୍ୟାଚ୍କୁ ଦେଖିବା ପରେ ମଧ୍ୟ ଏହା ସିଧା ମଲାନଙ୍କ ହାତରେ ପଡ଼ିଛି ନା ସେ ଧରିଲା ବେଳେ ବଲ୍ଟି ତଳେ ମାଡ଼ ହୋଇଛି, ସେକଥା ନିର୍ଣ୍ଣୟ କରିପାରି ନଥିଲେ।
ଶେଷରେ ସେ କୌଣସି ନିଷ୍ପତ୍ତି ନ ନେଇ ପାରିବାରୁ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ସହ ଯିବାକୁ ଚାହିଁଥିଲେ। ତେବେ ରିପ୍ଲେରୁ ଜଣାପଡ଼ୁଥିଲା ଯେ ବଲର କିଛି ଅଂଶ ମାଟିକୁ ଛୁଇଁଥିଲା। ଏହି ସମୟରେ ମଲାନଙ୍କ ଅଙ୍ଗୁଳି ମଧ୍ୟ ବଲ ତଳେ ନଥିଲା। ତଥାପି ଫିଲ୍ଡ ଅମ୍ପାୟାର ଓ ଥାର୍ଡ ଅମ୍ପାୟାର କେମିତି ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ ଦେଲେ, ତା’କୁ ନେଇ ବିବାଦ ଦେଖାଦେଇଛି।
ସେହିପରି ଯଦି ଥାର୍ଡ ଅମ୍ପାୟାର କୌଣସି ନିଷ୍କର୍ସ ପାଇଲେ ନାହିଁ, ତା’ହଲେ ବେନିଫିଟ ଅଫ ଡାଉଟରେ ନିଷ୍ପତ୍ତି ବ୍ୟାଟସମ୍ୟାନଙ୍କ ସପକ୍ଷରେ ଯିବା କଥା। ହେଲେ ଫିଲ୍ଡ ଅମ୍ପାୟାର ଆଉଟ ଦେଇଥିବାରୁ ଥାର୍ଡ ଅମ୍ପାୟାର ଏହାକୁ ବଦଳାଇବା ପାଇଁ ଉପଯୁକ୍ତ କାରଣ ନ ପାଇ ପୂର୍ବ ନିଷ୍ପତ୍ତିରେ କାଏମ ରହିଥିଲେ।
How is this out? Ball is touching the ground.
Surya Kumar Yadav has been robbed.#INDvENG pic.twitter.com/j5Hr77D9Jl
— Aditya (@forwardshortleg) March 18, 2021
ନିୟମ ଅନୁସାରେ, ଯଦି ଥାର୍ଡ ଅମ୍ପାୟାର କୌଣସି ଘଟଣାରେ ଉପଯୁକ୍ତ ନିଷ୍କର୍ସ ପାଇବେ ନାହିଁ, ତା’ହେଲେ ଫିଲ୍ଡ ଅମ୍ପାୟାର ଦେଇଥିବା ନିଷ୍ପତ୍ତିରେ କାଏମ ରହିବେ। ଗତକାଲି ମ୍ୟାଚ୍ରେ ମଧ୍ୟ ସମାନ ଘଟଣା ଘଟିଥିଲା।
ଏହି ବିବାଦୀୟ ଆଉଟକୁ ନେଇ ଆଇସିସିର ସଫ୍ଟ ସିଗ୍ନାଲ ନିୟମ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବୀରେନ୍ଦ୍ର ସେହ୍ୱାଗଙ୍କ ଠାରୁ ୱାସିମ ଜାଫର, ଗ୍ରେମ ସ୍ୱାନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଭଳି ଖେଳାଳିମାନେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ସୋଶାଲ ମିଡିଆ ବ୍ୟବହାରକାରୀ ଅମ୍ପାୟାରଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି।
କ୍ରୀଡ଼ା ସାମ୍ବାଦିକ ବିକ୍ରାନ୍ତ ଗୁପ୍ତା ଟ୍ୱିଟ କରି ଅମ୍ପାୟାରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ଅମ୍ପାୟାରଙ୍କୁ ବହିଷ୍କାର କର। ଯଦି ସୂର୍ଯ୍ୟ କୁମାର ଯାଦବ ଆଉଟ, ତା’ହେଲେ ଆମେ କ୍ରିକେଟର ସବୁ ନିୟମକୁ ବଦଳାଇ ଦେବା ଉଚିତ।”
Sack the Umpire. If this is OUT then you need to change all the rules of cricket. Unpardonable. #IndvEng @surya_14kumar
— Vikrant Gupta (@vikrantgupta73) March 18, 2021
The post ସୂର୍ଯ୍ୟ କୁମାର ଯାଦବଙ୍କ ଆଉଟକୁ ନେଇ ବଢ଼ିଲା ବିବାଦ appeared first on Odisha Reporter.
from Odisha Reporter https://ift.tt/3s5WztE
No comments:
Post a Comment