ରାତି ଅଧରେ ଘରେ ପଶୁଥିଲେ, ନିର୍ଧୂମ ଛେଚା ଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ରାତି ଅଧରେ ଘରେ ପଶୁଥିଲେ, ନିର୍ଧୂମ ଛେଚା ଖାଇଲେ

ଜଳେଶ୍ୱର (ଅଜିତ କୁମାର ଦାସ): ରାତି ଅଧରେ ଘରେ ପଶିଥିଲେ ୪  ଅଜଣା ଯୁବକ।  ପିଲା ଚୋର ସନ୍ଦେହରେ ଦୁଇ ଜଣଙ୍କୁ କାବୁ କରି ନିର୍ଧୂମ ଛେଚି ପୁଲିସ୍‌ ଜିମା ଦେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର  ଜିଲା କମର୍ଦ୍ଦା  ଥାନା ରସଲପୁର ଗ୍ରାମରେ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୩ଟାରେ ୪  ଅଜଣା ଯୁବକ ଏକ କାର୍‌ ଯୋଗେ ରସୁଲପୁର ଗ୍ରାମରେ ପହଞ୍ଚିଥିଲେ।  ଏହାପରେ ସେମାନେ ଗାଁର ଅଭିମନ୍ୟୁ ବେହେରାଙ୍କ ଘରେ ପଶିଥିଲେ। ଅଭିମନ୍ୟୁଙ୍କ ଏକ ଛୋଟ ନାତୁଣୀ ଥିବାରୁ ପିଲା ଚୋର ସନ୍ଦେହରେ ଉକ୍ତ ଯୁବକମାନେ ପଶିଥିବା ଭାବି ପରିବାର ଲୋକ ଚିତ୍କାର କରିଥିଲେ। ଏହାଶୁଣି ଗାଁ ଲୋକ ଏକତ୍ରିତ ହୋଇ ସେମାନଙ୍କ ମଧ୍ୟରୁ ରଞ୍ଜିତ ଦାସ ଓ ସଞ୍ଜିତ ଜେନା ନାମକ ୨ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ।

ଘଟଣାସ୍ଥଳରୁ ହାବୁ ଜେନା ଓ ମଣ୍ଡୁ ଜେନା ନାମକ ୨ ଯୁବକ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଘର ଭୋଗରାଇ ବ୍ଲକ ଦେଓଳା ପଞ୍ଚାୟତରେ ହୋଇଥିବା ବେଳେ ଜଣଙ୍କ ଘର  ଶୁଆଶୁଣି ଗାଁରେ ବୋଲି ଜଣାପଡ଼ିଛି।

ଖବର ପାଇ  କମର୍ଦ୍ଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକକୁ ଗିରଫ କରି ଥାନାକୁ ନେଇ ଅଧିକ ତଦନ୍ତ ଚଳାଇଛି। କାର୍‌ଟିକୁ ଗ୍ରାମବାସୀ ଏକ ନୟନ ଜୋରିରେ ପକାଇ ଦେଇଛନ୍ତି।

The post ରାତି ଅଧରେ ଘରେ ପଶୁଥିଲେ, ନିର୍ଧୂମ ଛେଚା ଖାଇଲେ appeared first on Odisha Reporter.



from Odisha Reporter https://ift.tt/3r1ZIZO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages