ମାସ୍କ ପାଇଁ ମହିଳାଙ୍କ ଉତ୍ପାତ୍ତ: ବିଏମସି କର୍ମଚାରୀଙ୍କୁ ବିଧା-ଗୋଇଠା ନାଦିଲେ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ମାସ୍କ ପାଇଁ ମହିଳାଙ୍କ ଉତ୍ପାତ୍ତ: ବିଏମସି କର୍ମଚାରୀଙ୍କୁ ବିଧା-ଗୋଇଠା ନାଦିଲେ, ଭିଡିଓ ଭାଇରାଲ

ମୁମ୍ବାଇ: ମହାମାରୀ କରୋନା ଏବେ ପୁଣି ୟୁ-ଟର୍ଣ୍ଣ ନେଇଛି। ବିଶେଷ କରି ମହାରାଷ୍ଟ୍ରରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଛି। ଲୋକଙ୍କୁ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସରକାର ବାରମ୍ବାର କହୁଛନ୍ତି।

ହେଲେ ଖୋଦ୍‌ ମହାରାଷ୍ଟ୍ରର ମୁମ୍ବାଇରେ ମାସ୍କ ନ ପିନ୍ଧି ଶହଶହ ଲୋକ ବୁଲୁଛନ୍ତି। ଏଭଳି ମାସ୍କ ନ ପିନ୍ଧି ବୁଲୁଥିବା ଜଣେ ମହିଳାଙ୍କ ଉତ୍ପାତ୍ତ ଏବେ ସାମ୍ନାକୁ ଆସିଛି। ମୁମ୍ବାଇ କାନ୍ଦିଭାଲି ରାସ୍ତାରେ ଜଣେ ମହିଳା ବିନା ମାସ୍କରେ ବୁଲୁଥିଲେ। ଏହା ଦେଖି ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି)ର ଜଣେ ମହିଳା କର୍ମଚାରୀ ତାଙ୍କୁ ଅଟକାଇଥିଲେ।

ତେବେ ମହିଳା ଜଣଙ୍କ ଏକଥା ନ ଶୁଣି ଅଟୋରେ ବସି ପଡ଼ିଥିଲେ। ତଥାପି ବିଏମସି କର୍ମଚାରୀ ଜଣଙ୍କ ତାଙ୍କୁ ମାସ୍କ ପିନ୍ଧିବାକୁ କହିବାରୁ ତାଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ମହିଳା ଜଣଙ୍କ ବିଏମସି କର୍ମଚାରୀଙ୍କୁ ପ୍ରଥମେ ଚାପୁଡ଼ା ମାରି ଅଟୋରୁ ଓହ୍ଲାଇଥିଲେ। ଏହାପରେ ରାସ୍ତା ମଝିରେ ତାଙ୍କୁ ବିଧା ଓ ଗୋଇଠା ନାଦି ଚାଲିଥିଲେ। ତାଙ୍କ ଚୁଟିକୁ ଧରି ମଧ୍ୟ ମାସ୍କ ପିନ୍ଧି ନଥିବା ମହିଳା ଜଣଙ୍କ ମାଡ଼ ମାରୁଥିବା କ୍ୟାମେରାରେ କଏଦ ହୋଇଛି।

 

View this post on Instagram

 

A post shared by Viral Bhayani (@viralbhayani)


କାହିଁକି ବିଏମସି କର୍ମଚାରୀ ଜଣଙ୍କ ତାଙ୍କୁ ଅଟକାଇଲେ ଓ ଛୁଇଁଲେ ବୋଲି ମହିଳା ଜଣଙ୍କ ମାଡ଼ ମାରିବା ବେଳେ କହୁଥିବା ଶୁଣିବାକୁ ମିଳୁଛି। ସେହିପରି ମହିଳା ବିଏମସି କର୍ମଚାରୀ ଜଣଙ୍କ ମାଡ଼ ମାରୁଥିବା ମହିଳା ଜଣଙ୍କ ଯେମିତି ସେଠାରୁ ଖସି ନ ପାରିବେ, ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ କହୁଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ମହାରାଷ୍ଟ୍ରରେ ସରକାର ମାସ୍କ ପରିଧାନ ବାଧ୍ୟତାମୂଳକ କରିଛନ୍ତି। ମାସ୍କ ନିୟମକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟର ମଧ୍ୟ ବ୍ୟବସ୍ଥା ହୋଇଛି। ତଥାପି ମହିଳା ଜଣଙ୍କ ବେଧଡ଼କ ଦାଦାଗିରି କରୁଥିବା ଦେଖିବାକୁ ମିଳିଛି।

The post ମାସ୍କ ପାଇଁ ମହିଳାଙ୍କ ଉତ୍ପାତ୍ତ: ବିଏମସି କର୍ମଚାରୀଙ୍କୁ ବିଧା-ଗୋଇଠା ନାଦିଲେ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3tHjsUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages