ନୂଆଦିଲ୍ଲୀ: ପଠନକୋଟ୍ରେ ଉଡିଲା ପାକିସ୍ତାନୀ ଡ୍ରୋନ୍। ପଠାନକୋଟର ବାମିୟାଲ ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ବାମିଆଲ ସେକ୍ଟରର ଡିଣ୍ଡା ପୋଷ୍ଟରେ ଶତ୍ରୁପକ୍ଷର ଏହି ଡ୍ରୋନ ଉଡୁଥିବା ନଜର ଆସିଥିଲା। ବିଏସ୍ଏଫର ଫାୟାରିଙ୍ଗ ପରେ ସନ୍ଦିଗ୍ଧ ଡ୍ରୋନଟି ଫେରିଯାଇଥିଲା। ଏହାପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
କୌଣସି ଅସ୍ତ୍ର ବା କିଛି ସାମଗ୍ରୀ ପକାଇବାକୁ ଡ୍ରୋନଟିକୁ ପଠାଯାଇଥିଲା ନା ବିଏସଏଫ ଆଲର୍ଟ ଅଛି ନା ନାହିଁ ତାହା ଯାଂଚ କରିବାକୁ ଡ୍ରୋନ ପଠାଯାଇଥିଲା, ସେନେଇ ସର୍ଚ୍ଚ ଅପରେସନ ଚାଲିଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ପଞ୍ଜାବ ସୀମାରେ ଏହିଭଳି ଘଟଣା ଲଗାତାର ଘଟିଥାଏ। ଜାମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦୀଲବାଗ ସିଂହ ଶନିବାର ଦିନ କହିଛନ୍ତି ଯେ କେନ୍ଦ୍ର ଶାସିତ ପ୍ରଦେଶରେ ପାଖାପାଖି ୨୦୦ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି।
ଗୁଇନ୍ଦା ସୂଚନା ଅନୁଯାୟୀ ସୀମା ପାର ସ୍ଥିତ ଆତଙ୍କବାଦୀ କ୍ୟାମ୍ପରୁ ଆଉ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି। ପାକିସ୍ତାନ ଆଡକୁ ଇସାରା କରି ଦୀଲବାଗ ସିଂହ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ପଡୋଶୀ ଦେଶ ଯେଉଁ ଉଦ୍ୟମ କରୁଛି ତାକୁ ବିଫଳ କରିବାକୁ ସୁରକ୍ଷାବଳ ସମ୍ପୂର୍ଣ୍ଣ ସତର୍କ ରହିଛି।
The post ପଠାନକୋଟ୍ରେ ଉଡିଲା ପାକିସ୍ତାନୀ ଡ୍ରୋନ୍ appeared first on Odisha Reporter.
from Odisha Reporter https://ift.tt/38y2TCn
No comments:
Post a Comment