ଡ୍ୟାନ୍ସ ପରେ ନୂଆ ଟ୍ୟାଲେଣ୍ଟ ଦେଖାଇଲେ କ୍ରିକେଟର ଚହଲ୍‌ଙ୍କ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଡ୍ୟାନ୍ସ ପରେ ନୂଆ ଟ୍ୟାଲେଣ୍ଟ ଦେଖାଇଲେ କ୍ରିକେଟର ଚହଲ୍‌ଙ୍କ ସ୍ତ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା। ସେ ବି-ଟାଉନର ଜଣାଶୁଣା କରୋଓଗ୍ରାଫର ମଧ୍ୟ। ସେ ଡ୍ୟାନ୍ସ କରିବା ସହ ଅନ୍ୟକୁ ଡ୍ୟାନ୍ସ ଶିଖାଇବରେ ମଧ୍ୟ ପୁରାପୁରି ମାହରି। ସୋଶାଲ ମିଡିଆରେ ସେ ପ୍ରତିଦିନ ନିଜର ନୂଆ ନୂଆ ଡ୍ୟାନ୍ସ ଭିଡିଓ ଶେଆର କରନ୍ତି, ଯାହା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ମଧ୍ୟ ଆସେ। ନିକଟରେ ଧନଶ୍ରୀ ଡ୍ୟାନ୍ସିଂ ବ୍ୟତୀତ ନିଜର ଆଉ ଏକ ନୂଆ ଟ୍ୟାଲେଣ୍ଟ ଦେଖାଇଛନ୍ତି।

ଧନଶ୍ରୀ ନିଜ ମା’ଙ୍କ ପାଇଁ ଏକ ଗୀତ ଗାଇ ନିଜର ସିଙ୍ଗିଙ୍ଗ ଟ୍ୟାଲେଣ୍ଟ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଗୀତ ଗାଉଥିବାର ଭିଡିଓ ଶେଆର କରିଛନ୍ତି। ଏଥିରେ ସେ ନିଜ ମା’ଙ୍କ ପାଇଁ ୯୦ ଦଶକର ସୁପର ହିଟ୍‌ ଗୀତ `ତୁ ମେରେ ଦିନ୍‌ ମେଁ ରାତ୍‌ ମେଁ’ କୁ ସୁନ୍ଦର ଭାବେ ଗାଇଛନ୍ତି।  ତାଙ୍କର ଚମତ୍କାର ସିଙ୍ଗିଙ୍ଗ ଟ୍ୟାଲେଣ୍ଟକୁ ଦେଖି ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ଏହି ଭିଡିଓକୁ ଶେଆର କରି ଧନଶ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ସଙ୍ଗୀତ ସବୁବେଳେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛି ଏବଂ ମୁଁ ଏହା ମୋ ମା’ଙ୍କଠାରୁ ଶିଖିଛି। ନିଜ ସହିତ ଏକାକୀ ସମୟ ବିତାଇ ମୁଁ ମୋର ଗୀତ ଗାଇବା ପ୍ରତିଭାକୁ ଖୋଜିବାକୁ ଚାହେଁ। ମୁଁ ମା’ଙ୍କ ପାଇଁ ଗୀତ ଗାଉଛି।” ଧନଶ୍ରୀଙ୍କ ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୮୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

ସୂଚନାଯୋଗ୍ୟ ଯେ, ଧନଶ୍ରୀ ବର୍ମାଙ୍କ ନିକଟରେ ଏକ ମ୍ୟୁଜିକ ଭିଡିଓ ଲଞ୍ଚ ହୋଇଛି। ଏଥିରେ ପଞ୍ଜାବୀ ସିଙ୍ଗର ଜସି ଗିଲ୍‌ଙ୍କ ସହ ତାଙ୍କର ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଧନଶ୍ରୀ ପେଶାରେ ଜଣେ ଡାକ୍ତର, କିନ୍ତୁ ଡ୍ୟାନ୍ସ ତାଙ୍କ ନିଶା। ଡ୍ୟାନ୍ସ ଜରିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗତ ଡିସେମ୍ବର ମାସରେ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ ଧନଶ୍ରୀ।

The post ଡ୍ୟାନ୍ସ ପରେ ନୂଆ ଟ୍ୟାଲେଣ୍ଟ ଦେଖାଇଲେ କ୍ରିକେଟର ଚହଲ୍‌ଙ୍କ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/31ad8J3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages