ଗୋହାଟି: ମଙ୍ଗଳବାର ବିଜେପି ଆସାମ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପପତ୍ର ଜାରି କରିଛି। ବିଜେପି ସଭାପତି ଜେପି ନଡ୍ଡା ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି। ଗୌହାଟିରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜିତେନ୍ଦ୍ର ସିଂ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲା ପ୍ରମୁଖ ଉପସ୍ଥିତ ଥିଲେ। ବିକାଶ, ମହିଳା ସଶକ୍ତିକକରଣ, ସବୁ ବର୍ଗର ଉତଥାନ ଓ ସଂସ୍କୃତି ସୁରକ୍ଷାକୁ ଏହି ସଂକଳ୍ପପତ୍ର ଜରିଆରେ ଗୁରୁତ୍ୱ ଦେଇଛି ବିଜେପି।
ବିଜେପି ଏହି ସଂକଳ୍ପପତ୍ର ଜରିଆରେ ମୁଖ୍ୟତଃ ୧୦ଟି ପ୍ରସଙ୍ଗକୁ ଫୋକସ କରିଛି। ପ୍ରଥମେ ବ୍ରହ୍ମପୁତ୍ର ଅଭିଯାନ, ଯେଉଁଥିରେ ଆସାମକୁ ବନ୍ୟା ବିପଦରୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକଳ୍ପର ନିର୍ମାଣ କରାଯିବ। ଦ୍ୱିତୀୟରେ ରହିଛି ଅରୁଣୋଦୋୟ ଯୋଜନା ଯେଉଁଥିରେ ୩୦ ଲକ୍ଷ ଯୋଗ୍ୟ ପରିବାରଙ୍କୁ ମାସିକ ୩ ହଜାର ଟଙ୍କା ଆର୍ଥିକ ସହାୟତ ଯୋଗାଇ ଦିଆଯିବ। ସେହିପରି ନାମଗଡରୁ ବେଆଇନ ଜବରଦଖଲ ହଟାଇବା ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା, ଶିଶୁ ଉନ୍ନୟନ ଅଭିଯାନରେ ଶିଶୁଙ୍କୁ ଉଚ୍ଚମାନର ଶିକ୍ଷା ତଥା ଅଷ୍ଟମ ଶ୍ରେଣୀ ପରେ ବାଳିକାଙ୍କୁ ସାଇକେଲ ପ୍ରଦାନ, ପ୍ରକୃତ ଭାରତୀୟଙ୍କ ସୁରକ୍ଷା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ସଂଶୋଧିତ ଏନଆରସି ଉପରେ କାର୍ଯ୍ୟ, ଆତ୍ମନିର୍ଭର ଭାରତ ଆସାମ ଅଭିଯାନ, ସରକାରୀ କ୍ଷେତ୍ରରେ ୨ ଲକ୍ଷ ନିଯୁକ୍ତି ଓ ଯେଉଁଥିରୁ ୧ ଲକ୍ଷ ନିଯୁକ୍ତି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଦିଆଯିବ, ଘରୋଇ କ୍ଷେତ୍ରରେ ୮ ଲକ୍ଷ ନିଯୁକ୍ତି, ଉଦ୍ୟୋଗୀ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ନାଗରିକଙ୍କୁ ସଶକ୍ତ କରିବା ଲାଗି ଜମି ଅଧିକାର ପ୍ରଦାନ ଇତ୍ୟାଦି ନେଇ ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି।
We promise, we deliver!
BJP Govts in Assam delivered much more than the previous Govt which ruled the state nearly 70yrs. This time our Nat'l President Shri @JPNadda Ji has launched the SANKALP PATRA for 2021 in presence of senior leaders of the state & centre.#10SankalpForAxom pic.twitter.com/qvKAvnM2x0— Baijayant Jay Panda (@PandaJay) March 23, 2021
ଏହି ଅବସରରେ ଆସାମର ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କହିଛନ୍ତି, ବିଜେପି ଯାହା ପ୍ରତିଶ୍ରୁତି ଦିଏ, ତାହା ପୂରା କରେ। ଯାହାର ପ୍ରମାଣ ହେଉଛି ଆସାମରେ ଗତ ୭୦ ବର୍ଷରେ ଯେଉଁ ବିକାଶ ହୋଇନଥିଲା ତାହା ଗତ ୫ ବର୍ଷରେ ହୋଇଛି।
ଆସାମରେ ବିଜେପିକୁ ନେଇ ଅତ୍ୟନ୍ତ ସକରାତ୍ମକ ମାହୋଲ ଅଛି ବୋଲି ସେ କହିଛନ୍ତି। ଏଥିସହ ଆମର ବିଷୟବସ୍ତୁ ହେଉଛି ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତି, ଯାହାକୁ ମଧ୍ୟ ଅତ୍ୟନ୍ତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ବୋଲି ସେ କହିଛନ୍ତି।
The post ବିଜେପି ଜାରି କଲା ସଂକଳ୍ପ ପତ୍ର, ‘ବିଜେପି ଯାହା ପ୍ରତିଶ୍ରୁତି ଦିଏ, ତାହା ପୂରା କରେ’ appeared first on Odisha Reporter.
from Odisha Reporter https://ift.tt/3lMMmzD
No comments:
Post a Comment