ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସକାଳେ ରାଷ୍ଟ୍ରପତି ନିଜ ବାସଭବନରେ ଥିବା ବେଳେ ହଠାତ୍ ଛାତିରେ ଅସହଜ ଅନୁଭବ କରିଥିଲେ।
ଏଥିପାଇଁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରୀ ଟିମ୍ ତାଙ୍କୁ ନୀରିକ୍ଷଣରେ ରଖିଥିଲେ।
The condition of President Ram Nath Kovind is stable.
He is being referred to AIIMS, Delhi for further investigation: Army Hospital (R&R)The President was under observation at the hospital following chest discomfort yesterday
(file photo) pic.twitter.com/uoZ16kE6D6
— ANI (@ANI) March 27, 2021
ଆଜି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରି ଏଠାକୁ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥାବସ୍ଥାକୁ ଯାଞ୍ଚ କରାଯିବ। ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଗତକାଲି ଆର୍ମି ହସ୍ପିଟାଲରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ବାସଭବନକୁ ଯାଇଥିଲେ କି ନାହିଁ, ସେକଥା ଜଣାପଡ଼ିନାହିଁ। ସେହିପରି ତାଙ୍କ ଛାତିରେ କାହିଁକି ଯନ୍ତ୍ରଣା ହେଉଛି, ସେବିଷୟରେ ମଧ୍ୟ ହସ୍ପିଟାଲ ପକ୍ଷରୁ କିଛି ବି କୁହାଯାଇନାହିଁ। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପରିବାର ସହ ଓଡ଼ିଶା ଗସ୍ତରେ ଆସିଥିଲେ।
The post ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ appeared first on Odisha Reporter.
from Odisha Reporter https://ift.tt/39go4Jh
No comments:
Post a Comment