ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ: କହିଲେ-ବିଧାନସଭାରେ ରହିବାକୁ କେହି ଯୋଗ୍ୟ ନୁହଁନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ: କହିଲେ-ବିଧାନସଭାରେ ରହିବାକୁ କେହି ଯୋଗ୍ୟ ନୁହଁନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଏକ ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଅନେକ ସମୟରେ ଚର୍ଚ୍ଚିତ ବୟାନ ଦେଇ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଥିବା ଖଣ୍ଡପଡ଼ା ବିଧାୟକ ଆଜି ପୁଣି ଏକ ଚାଞ୍ଚଲ୍ୟକର ମତ ରଖିଛନ୍ତି।  ସୌମ୍ୟ କହିଛନ୍ତି ଯେ, ବିଧାନସଭାରେ ରହିବାକୁ କେହି ଯୋଗ୍ୟ ନୁହଁ। ବିଧାନସଭା ଅଚଳ ପ୍ରସଙ୍ଗରେ ସୌମ୍ୟ କହିଛନ୍ତି ଯେ, ବିଧାନସଭା ସମସ୍ତଙ୍କର।  ଏହା ଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଗୃହ ଚଳାଇବା ପାଇଁ କଣ କରିବା ଦରକାର ଯଦି ଆମେ ଉତ୍ତର ନିଜେ ପାଇପାରୁନୁ ତେବେ ଆମେ କେହି ବିଧାନସଭାରେ ରହିବାକୁ ଯୋଗ୍ୟ ନୁହଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ  ।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ରାଜନୀତି ତେଜୁଥିବା ବେଳେ ୬ ଦିନ ହେଲା ଗୃହ ଅଚଳ ରହିଛି। ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଜିଦ୍‌ରେ ବିଜେଡି ଅଟଳ ରହିଛି।

୬ ଦିନ ହେଲା ଗୃହରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ଗୃହରେ ଶାସକ ଦଳ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ନାରାବାଜୀ କରିଥିଲେ।  ସେହିପରି ବିରୋଧୀ ମଣ୍ଡି ସମସ୍ୟା ନେଇ ହଟ୍ଟଗୋଳ କରିଥିବା ବେଳେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ଅଛି ଶାସକ ଦଳ।  ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।  ଗୃହକୁ ଚଳାଇବାକୁ ଦାବି କରି କଂଗ୍ରେସ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବା ସହ ମଣ୍ଡିରେ ଚାଷୀଙ୍କ ସବୁ ଧାନ କିଣିବାକୁ ଦାବି କରିଛି କଂଗ୍ରେସ।

ଅନ୍ୟପଟେ ଆଜି ବିଧାନସଭାରେ ବିଜେପିର ସବୁ ବିଧାୟକ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସକାଳ ୧୦ରୁ ସନ୍ଧ୍ୟା ୭ଟା ଯାଏଁ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି ହୋଇଛି  । ଯଥେଷ୍ଟ କାରଣ ନଥାଇ ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ। ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା ଆମେ ଯାଇଥିଲୁ।

The post ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ: କହିଲେ-ବିଧାନସଭାରେ ରହିବାକୁ କେହି ଯୋଗ୍ୟ ନୁହଁନ୍ତି appeared first on Odisha Reporter.



from Odisha Reporter https://ift.tt/3bXeltn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages