‘ଘରୋଇ ଶିକ୍ଷାନୁଷ୍ଠାନରେ ପଶିଛି କରୋନା, ତେଣୁ ବନ୍ଦ ହେବନି ସରକାରୀ ସ୍କୁଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

‘ଘରୋଇ ଶିକ୍ଷାନୁଷ୍ଠାନରେ ପଶିଛି କରୋନା, ତେଣୁ ବନ୍ଦ ହେବନି ସରକାରୀ ସ୍କୁଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି । ତେଣୁ ନବମ ଏବଂ ଏକାଦଶ କ୍ଲାସ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ।

ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନରେ କରୋନା ପଶି ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଗତକାଲି ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିବାରୁ ଭୟଭୀତ ହୋଇପଡ଼ିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଗତକାଲି ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ବାହାରିଥିବା ବେଳେ ଜଟଣିସ୍ଥିତ ଆଇଆଇଟି ଇନଷ୍ଟିଚ୍ୟୁଟରୁ ୧୦ ଓ ରାଉରକେଲା NITରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍‌ କରି ଦିଆଯାଇଥିବା ବେଳେ ଅନ୍ୟ ୨ ଇନଷ୍ଟିଚ୍ୟୁଟ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ହେଲେ ସରକାରୀ ଶିକ୍ଷାନୁଷ୍ଠାନରୁ କେହି ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ବନ୍ଦ କରିବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

The post ‘ଘରୋଇ ଶିକ୍ଷାନୁଷ୍ଠାନରେ ପଶିଛି କରୋନା, ତେଣୁ ବନ୍ଦ ହେବନି ସରକାରୀ ସ୍କୁଲ’ appeared first on Odisha Reporter.



from Odisha Reporter https://ift.tt/3daN5qC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages