ମିଆଁମାରରେ ବଢ଼ୁଛି ସେନାର ବର୍ବରତା: କଡ଼ା ଭାଷରେ ନିନ୍ଦା କଲେ ବାଇଡେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ମିଆଁମାରରେ ବଢ଼ୁଛି ସେନାର ବର୍ବରତା: କଡ଼ା ଭାଷରେ ନିନ୍ଦା କଲେ ବାଇଡେନ

ୱାଶିଂଟନ୍: ମିଆଁମାରରେ ବଳପୂର୍ବକ କ୍ଷମତା ଦଖଲ କରିଥିବା ସେନା ବାହିନୀର ବର୍ବରତା ବଢ଼ିବାରେ ଲାଗିଛି। ସେନା ବାହିନୀର କ୍ଷମତା ଦଖଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଥିବା ଲୋଙ୍କ ଉପରେ ସୁରକ୍ଷରକର୍ମୀମାନେ ଗୁଳି ଚଳାଇବାକୁ ପଛାଉ ନାହାନ୍ତି। ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଲୋକଙ୍କ ଉପରେ ମିସାଇଲ ମାଡ଼ କରାଯାଉଥିବା ଜଣାପଡ଼ିଛି।

ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମିଆଁମାରବାସୀ ଅନ୍ୟ ରାଷ୍ଟ୍ରକୁ ଚାଲି ଯିବାକୁ ପ୍ରକ୍ରିୟା ଆରମ୍ଭ କଲେଣି। ଭାରତ ସେମତ ଏକାଧିକ ରାଷ୍ଟ୍ରରେ ସେମାନେ ଶରଣାର୍ଥୀ ଭାବେ ରହିବାକୁ ଚାହୁଁଥିବା ମତ ଦେଇଛନ୍ତି। ଏସବୁ ଭିତରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧକୁ ତୀବ୍ର ନିନ୍ଦା କରିଛନ୍ତି।

ଗଣତନ୍ତ୍ର ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଭୟଙ୍କର ଓ କୃରତାର ପରିଚୟ। ମୋତେ ଯାହା ଖବର ମିଳିଛି, ବହୁ ସଂଖ୍ୟକ ଲୋକଙ୍କୁ କୌଣସି କାରଣ ନଥାଇ ହତ୍ୟା କରାଯାଇଛି ବୋଲି ବାଇଡେନ କହିଛନ୍ତି।

ଆମେରିକା ପକ୍ଷରୁ କୁହାଯାଇଛି ଯେ ମିଆଁମାରରେ ଶନିବାର ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୟାଙ୍ଗୋନରେ ଥିବା ଆମେରିକାର ପ୍ରତିଷ୍ଠାନଗୁଡ଼ିକ ଉପରେ ଗୁଳି ମାଡ଼ କରାଯାଇଛି। ଏହି ଘଟଣାର ଏବେ ତଦନ୍ତ କରାଯାଉଛି। ମିଆଁମାର ସେନା ଦେଶର ଜାତୀୟ ସଶସ୍ତ୍ର ବାହିନୀ ଦିବସରେ ବର୍ବର ଆଭିମୁଖ୍ୟ ଗ୍ରହଣ କରି ଶହ ଶହ ଲୋକଙ୍କ ଜୀବନ ନେଇଛି। ସେନା ଦ୍ୱାରା ବେଆଇନ କ୍ଷମତା ଦଖଲ ପରେ ଶନିବାର ସବୁଠାରୁ ରକ୍ତରଞ୍ଜିତ ଦିନ ଥିଲା ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି।

ଗଣତନ୍ତ୍ରର ସମର୍ଥନରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଶନିବାର ସେନା କରିଥିବା ଗୁଳିମାଡ଼ରେ ୧୧୪ ଜଣଙ୍କ ମୃତ୍ୟୁ ଘଟିବା ପରେ ସାରା ବିଶ୍ୱରେ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ୱର ପ୍ରାୟ ୧୨ରୁ ଅଧିକ ଦେଶ ମିଳିତ ଭାବେ ମିଆଁମାର ସେନାର ପଦକ୍ଷେପକୁ ବିରୋଧ କରିଛନ୍ତି। ସେମାନେ ସେନା ବାହିନୀକୁ ବର୍ବରକାଣ୍ଡ ବନ୍ଦ କରି ଲୋକଙ୍କ ଦାବି ଶାନ୍ତିପୂର୍ଣ୍ଣ ଭାବେ ଶୁଣିବାକୁ ପରାମର୍ଶ ଦେଇଛନ୍ତି। ଏହି ୧୨ ରାଷ୍ଟ୍ର ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଇଟାଲୀ, ଡେନମାର୍କ, ଗ୍ରୀସ୍, ନେଦରଲ୍ୟାଣ୍ଡସ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି।

The post ମିଆଁମାରରେ ବଢ଼ୁଛି ସେନାର ବର୍ବରତା: କଡ଼ା ଭାଷରେ ନିନ୍ଦା କଲେ ବାଇଡେନ appeared first on Odisha Reporter.



from Odisha Reporter https://ift.tt/3rwLpwH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages