ମୁମ୍ବାଇ: ଡିଜାଇନର ଲେହଙ୍ଗା ସାଙ୍ଗକୁ ହେଭି ଜୁଏଲାରୀ। ପୂରା ବ୍ରାଇଡାଲ ଲୁକ୍। ନବ ବଧୂ ପରି ସଜେଇ ହୋଇଛନ୍ତି ପଟୌଦି ଖାନଦାନର ରାଜକୁମାରୀ। ହାତରେ ଚୁଡି ମଥାରେ ସିନ୍ଥି ପିନ୍ଧି ନୂଆ ବଧୂ ସାଜିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ୍। ସେ ଏବେ ବିବାହ କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ନୂଆ ବଧୂ ସାଜି ପ୍ରଶଂସକଙ୍କୁ ତାଙ୍କୁ ବିବାହ କରିବା ପାଇଁ କୌଣସି ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ ପଚାରିଛନ୍ତି। ତାଙ୍କର ଏହି ପ୍ରଶ୍ନ ଶୁଣି ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି।
ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସେ ନିକଟରେ ତାଙ୍କର ବ୍ରାଇଡାଲ ଫଟୋସୁଟ୍ କରିଛନ୍ତି। ଏଥିରେ ସେ ପ୍ରସିଦ୍ଧ ଡ୍ରେସ୍ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିଥିବା ଲହେଙ୍ଗା ପିନ୍ଧିଛନ୍ତି। ଏହାର ଫଟୋ ଏବଂ କିଛି ଭିଡିଓକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ ସେ ପୂରା ରୋୟାଲ ଲୁକ୍ରେ ନଜର ଆସିଛନ୍ତି।
ଏହି ଫଟୋକୁ ଶେଆର କରି ସାରା କହିଛନ୍ତି, ଏଭଳି ଶାନ୍ତଶିଷ୍ଟ, ସରଳ ଏବଂ ସଂସ୍କାରୀ ଝିଅ ପାଇଁ କୌଣସି ବିବାହ ପ୍ରସ୍ତାବ ଅଛି କି ? ତାଙ୍କର ଏହି ପ୍ରଶ୍ନରେ ପ୍ରଶଂସକମାନେ ଢ଼େର ସାରା କମେଣ୍ଟ କରିଛନ୍ତି।
ସାରା ଅଲ୍ଲି ଖାନ ଡିଜାଇନର ମନୀଷ ମଲହୋତ୍ରାଙ୍କ ନୂଆ କଲେକ୍ସନ ନୁରାନିୟତ୍-୨୦୨୧ ପାଇଁ ଫଟୋଶୁଟ୍ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେଆର କରିଥିଲେ ସାରା, ଯେଉଁଥିରେ ତାଙ୍କର ସାଏରାନା ଅନ୍ଦାଜ ଦେଖିବାକୁ ମିଳିଥିଲା।
ନିକଟରେ ସାରାଙ୍କୁ ଶେଷଥର ପାଇଁ ଫିଲ୍ମ ‘କୁଲି ନମ୍ବର-୧’ରେ ଦେଖିବାକୁ ମିଳିଥିଲା । ଏଥିରେ ସେ ବରୁଣ ଧୱନଙ୍କ ଅପୋଜିଟ୍ରେ ନଜର ଆସିଥିଲେ। ଆଗକୁ ତାଙ୍କର ଫିଲ୍ମ ‘ଅତରଙ୍ଗୀ’ ଆସିବାର ଅଛି। ଏଥିରେ ସେ ଅକ୍ଷୟ କୁମାର ଏବଂ ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ନଜର ଆସିବେ।
View this post on Instagram
View this post on Instagram
The post ସାରାଙ୍କ ବିବାହ କରିବାକୁ ମନ, ପଚାରିଲେ ପ୍ରସ୍ତାବ ଅଛି କି? appeared first on Odisha Reporter.
from Odisha Reporter https://ift.tt/2OIMfcF
No comments:
Post a Comment