ବାଂଲାଦେଶରେ କାଳୀ ପୂଜା କଲେ ମୋଦି, ମା’ଙ୍କୁ କ’ଣ ମାଗିଲେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ବାଂଲାଦେଶରେ କାଳୀ ପୂଜା କଲେ ମୋଦି, ମା’ଙ୍କୁ କ’ଣ ମାଗିଲେ ଜାଣନ୍ତୁ

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହଶହ ବର୍ଷର ପୁରୁଣା ଜେଶୋରେଶ୍ୱରୀ କାଳୀ ମନ୍ଦରେ ପୂଜାର୍ଚ୍ଚନା କରିଛନ୍ତି। ଉକ୍ତ ପୁରୁଣା ମନ୍ଦିରଟି ବାଂଲାଦେଶର ଶତକ୍ଷିରା ଜିଲ୍ଲାରେ ରହିଛି। ଭାରତୀୟ ସୀମାକୁ ଲାଗି ରହିଥିବା ଈଶ୍ୱରୀପୁର ଗାଁରେ ଥିବା ଏହି ମନ୍ଦିରକୁ ଉଭୟ ଦେଶର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଆନ୍ତି। ମୋଦି ବାଂଲାଦେଶ ଯାଇଥିବାରୁ ଆଜି ସକାଳୁ କାଳୀ ମନ୍ଦିରକୁ ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି।

ମୋଦି ଆଜି ମନ୍ଦିର ପାଖରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ରୀତିନୀତିରେ ବାଜା ବଜାଇ ସ୍ୱାଗତ କରାଯାଇଥିଲା। ଏହାପରେ ସେ ମନ୍ଦିର ଚଟାଣରେ ବସି ପୂଜା ଆରମ୍ଭ କରିଥିଲେ। ସେ ମା’ଙ୍କ ମଥାରେ ହାତ ତିଆରି ମୁକୁଟ ଲଗାଇଛନ୍ତି। ଏହି ମୁକୁଟଟି ରୁପାରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଛାଉଣୀ କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୩ ସପ୍ତାହ ସମୟ ଲାଗିଥିଲା।

ମନ୍ଦିରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପୂଜାର୍ଚ୍ଚନା କରିଥିବା ମୋଦି କହିଛନ୍ତି, “ଏହି ପ୍ରସିଦ୍ଧ ମନ୍ଦିରକୁ ଆସିବା ଓ ମା’ କାଳୀଙ୍କ ପୂଜା କରିବାର ସୁଯୋଗ ପାଇଥିବାରୁ ମୁଁ ବେଶ ଭାଗ୍ୟବାନ ମନେ କରୁଛି। ମୁଁ ମା’ଙ୍କ ପୂଜା କରି ବିଶ୍ୱ ପାଇଁ ଗୋଟିଏ ପ୍ରାର୍ଥନା କରିଛି। ମା’ଙ୍କ କରୁଣାରୁ ସାରା ବିଶ୍ୱ ଯଥାଶୀଘ୍ର କରୋନା ମହାମାରୀ କବଳରୁ ମୁକ୍ତି ପାଉ ବୋଲି ମୁଁ ପ୍ରାର୍ଥନା କରିଛି।”


ମନ୍ଦିର କମ୍ପ୍ଲେକ୍ସ ମଧ୍ୟରେ କମ୍ୟୁନିଟି ହଲ୍ ତିଆରି କରିବାକୁ ଭାରତ ଓ ବାଂଲାଦେଶ ଏକମତ ହୋଇଥିବା ମୋଦି କହିଛନ୍ତି। ସେ କହିଛନ୍ତି, ଏଠାରେ ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲ୍‌ ଏକାଧିକ କାମରେ ବ୍ୟବହାର ହେବ। ଶ୍ରଦ୍ଧାଳୁ ଓ ଶରଣାର୍ଥୀମାନେ ଏହା ମଧ୍ୟରେ ବିଶ୍ରାମ ନେଇପାରିବେ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ, ବିଶେଷ କରି ବାତ୍ୟା ସମୟରେ ଏହି ହଲ୍‌କୁ ଆଶ୍ରୟ ସ୍ଥଳ ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। ହଲ୍‌ ନିର୍ମାଣ ପାଇଁ ବାଂଲାଦେଶ ସରକାର ଅନୁମତି ଦେଇଥିବାରୁ ମୋଦି ଧନ୍ୟବାଦ ଜଣାଇଛନ୍ତି।

The post ବାଂଲାଦେଶରେ କାଳୀ ପୂଜା କଲେ ମୋଦି, ମା’ଙ୍କୁ କ’ଣ ମାଗିଲେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2P2ng49

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages