ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ଓ ଇଂଜିନିଅରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିଅରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇ ପାଓ୍ୱାର କମିଟିର ସୁପାରିସ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସଂକଳ୍ପ ବିଧାନସଭାରେ ଆଗତ କରିଥିଲେ।
କିଛି ମାସ ପୂର୍ବରୁ ଏନେଇ ରାଜ୍ୟ ସରକାର ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବର ସମୀକ୍ଷା ପାଇଁ ହାଇପାଓ୍ୱାର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁସାରେ ଏନେଇ ସଂକଳ୍ପ ଅଣାଯାଇଥିଲା। ବିଧାନସଭାରେ ଏହା ପାରିତ ହୋଇଛି।
ସୂଚନାରୁ ପ୍ରକାଶ, ଦିନକୁ ଦିନ ରାଜ୍ୟରେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଉପସ୍ଥାନ କମିବାରେ ଲାଗିଛି। ଯାହାକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ସରକାରୀ ହାଇସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।
The post ବିଧାନସଭାରେ ଆଗତ ହେଲା ସଂରକ୍ଷଣ ସଂକଳ୍ପ appeared first on Odisha Reporter.
from Odisha Reporter https://ift.tt/31aCNRG
No comments:
Post a Comment