ବାପାଙ୍କୁ ମଦ ପିଆଇ ଜୀଅନ୍ତା ଜାଳିଦେଲା ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ବାପାଙ୍କୁ ମଦ ପିଆଇ ଜୀଅନ୍ତା ଜାଳିଦେଲା ଝିଅ

କୋଲାକାତା: ଛାତି ଥରାଇ ଦେବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟ ଯୁବତୀ ତାଙ୍କ ନିଜ ବାପାଙ୍କୁ ମଦ ପିଆଇବା ପରେ ଜୀଅନ୍ତା ଜାଳି ଦେଇଛି। ପୁଲିସ ଏହି ଘଟଣାରେ କୋଲାକତାରା ଖ୍ରୀଷ୍ଟୋଫର ରୋଡ୍‌ ସ୍ଥିତି ୨୨ ବର୍ଷୀୟ ପିୟାଲୀ ଅଉଡ୍ଡୀଙ୍କୁ ଗିରଫ କରିଛି। ସେ ତାଙ୍କ ୬୫ ବର୍ଷୀୟ ବାପା ବିଶ୍ୱନାଥଙ୍କୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି।

ବିଶ୍ୱନାଥ ମଦ ପିଇ ପିୟାଲୀଙ୍କୁ ମାଡ଼ ମାରୁଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ସୋମବାର ଭୋର ସମୟରେ ତାଙ୍କୁ ମଦର ଲୋଭ ଦେଖାଇ ଚନ୍ଦପଲ ଘାଟକୁ ନେଇଥିଲେ। ସେଠାରେ ମଦ ପିଇବାକୁ ଦେବା ପରେ କିରାସିନ ଢାଳି ଜୀଅନ୍ତା ଜାଳିଦେଇଥିଲେ ବୋଲି ପୁଲିସ୍‌ ଆଗରେ କହିଛନ୍ତି।

ବିଶ୍ୱନାଥଙ୍କୁ ହତ୍ୟା କରିବା ପାଇଁ ପିୟାଲୀ ଯେଉଁଭଳି ଭାବେ ଯୋଜନା ପ୍ରସ୍ତୁତ କରିଥିଲେ, ତା’କୁ ଜାଣିବା ପରେ ପୁଲିସ୍‌ ଆଶ୍ଚର୍ଯ୍ୟ ହୋଇଯାଇଛି। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ବିଶ୍ୱନାଥ ଦୀର୍ଘ ଦିନ ହେଲାଣି ମଦ ନିଶାରେ ପିୟାଲୀଙ୍କୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ଏପରି କରିଛନ୍ତି। କିନ୍ତୁ ପୁଲିସ୍‌ ତାଙ୍କ ବୟାନକୁ ଯାଞ୍ଚ କରିବା ସହ ଏହା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ତା’ର ଯାଞ୍ଚ କରୁଛି।

ପିୟାଲୀଙ୍କ ମା’ଙ୍କ ଦେହାନ୍ତ ହୋଇ ସାରିଛି। ପିୟାଲୀ ବିବାହ କରିଥିବା ବ୍ୟକ୍ତି ଜଣଙ୍କ ଦେଢ଼ ବର୍ଷ ତଳେ ତାଙ୍କୁ ଛାଡ଼ପତ୍ର ଦେବାରୁ ସେ ବାପା ବିଶ୍ୱନାଥଙ୍କ ପାଖରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ବିଶ୍ୱନାଥ ପ୍ରତିଦିନ ମଦ ପିଉଥିଲେ। ମଦ ନିଶାରେ ନିର୍ଯାତନା ଦେଉଥିଲେ। ଦିନ ବିତିବା ସହ ନିର୍ଯାତନା ମଧ୍ୟ ବଢ଼ୁଥିଲା।

ଯୋଜନା ମୁତାବକ ରବିବାର ପିୟାଲୀ ତାଙ୍କ ବାପାଙ୍କୁ ଗୋଟିଏ ଭୋଜିକୁ ଡାକିଥିଲେ। ସେଠାରେ ମଦ ଓ ଖାଦ୍ୟର ବ୍ୟବସ୍ଥା ହୋଇଥିବା ଜଣାଇଥିଲେ। ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସେ ଦେହ ଖରାପର ବାହାନା ଦେଖାଇ ରାତିରେ ହସ୍ପିଟାଲ ଯାଉଥିବା କହିଥିଲେ। ଏହାପରେ ବିଶ୍ୱନାଥଙ୍କୁ ଧରି ପିୟାଲୀ ଗୋଟିଏ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ସେଠାରେ ବାପା ଝିଅ ମନଭରି ଖାଇଥିଲେ। ସେଠାରୁ ହୁଗୁଳି ସ୍ଥିତ ଚନ୍ଦପଲ ଘାଟରେ ମଦ ରହିଛି ବୋଲି କହି ପିୟାଲୀ ବାପା ବିଶ୍ୱନାଥଙ୍କୁ ସାଙ୍ଗରେ ଧରି ଯାଇଥିଲେ। ବିଶ୍ୱନାଥ ମଧ୍ୟ ମଦ ନା ଶୁଣି ତୁରନ୍ତ ଯିବାକୁ ରାଜି ହୋଇଯାଇଥିଲେ।

ଚନ୍ଦପଲ ଘାଟରେ ପହଞ୍ଚିବା ପରେ ସେ ବାପା ବିଶ୍ୱନାଥଙ୍କୁ ନିଶା ହେବା ପର୍ଯ୍ୟନ୍ତ ମଦ ପିଇବାକୁ ଦେଇଥିଲେ। ପ୍ରଚୁର ମଦ ପିଇ ବିଶ୍ୱନାଥ ନିଶାରେ ପୂରା ଚୂର ହୋଇଯାଇଥିଲେ। ଏପରି କି ସେ ଚାଲିବାକୁ ମଧ୍ୟ ଆଉ ସକ୍ଷମ ହୋଇ ନଥିଲେ। ବିଶ୍ୱନାଥ ଶୋଇ ପଡ଼ିବାରୁ ରାତି ପ୍ରାୟ ୨.୩୦ରେ ପିୟାଲୀ ତାଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ସୋମବାର ସକାଳୁ ପୁଲିସ୍‌ ବିଶ୍ୱନାଥଙ୍କ ମୃତଦେହ ଜବତ କରି ୱାଲେଟରେ ଥିବା ତଥ୍ୟ ଆଧାରରେ ତାଙ୍କ ପରିଚୟ ହାସଲ କରିଥିଲା। ପୁଲିସ୍‌ ପରିବାର ଲୋକଙ୍କୁ ପଚରାଉଚରା କରିବା ବେଳେ ପିୟାଲୀ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏହାକୁ ଆଧାର କରି ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏବେ ପୁଲିସ୍‌ ତାଙ୍କୁ ମାର୍ଚ୍ଚ ୨୯ ଯାଏ ରିମାଣ୍ଡରେ ନେଇଛି। ଏହି ସମୟରେ ଘଟଣା ସମ୍ପର୍କରେ ପୁଲିସ ଅଧିକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି।

The post ବାପାଙ୍କୁ ମଦ ପିଆଇ ଜୀଅନ୍ତା ଜାଳିଦେଲା ଝିଅ appeared first on Odisha Reporter.



from Odisha Reporter https://ift.tt/3lPdi20

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages