ଗୁରଗାଓଁ: ଆପଣ ସବୁବେଳେ ବିଜୁଳି ମାରିବା କଥା ଶୁଣିଥିବା। ବିଜୁଳି ମାଡ଼ରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ହେଲେ ପ୍ରଥମଥର ପାଇଁ ଗଛ ମୂଳେ ବର୍ଷାରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ କେମିତି ଆକାଶରୁ ମୃତ୍ୟୁ ଖସିଥିଲା, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ। ହେଲେ ଗୁରଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିଜୁଳିମାଡ଼ ପରେ ଗଛ ମୂଳେ ଥିବା ୪ ଜଣ ଲୋକ ତଳେ ନିର୍ଜିବଙ୍କ ଭଳି ଟଳି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବେ ବେଳେ ଏବେ ବି ୩ ଜଣ ଜୀବନ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସିଗ୍ନେଚର ଭିଲ୍ଲାସ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଏହି ଘଟଣା ଘଟିଛି। ଏହି ଆବସିକ ସୋସାଇଟ୍ର ହର୍ଟିକଲଚର କାମ କରୁଥିବା ୪ ଜଣ ସଦସ୍ୟ ବଗିଚାରେ ଥିବା ବେଳେ ହଠାତ୍ ବର୍ଷା ହୋଇଥିଲା। ସେମାନେ ଏଥିରୁ ବର୍ତ୍ତିବା ପାଇଁ ଗଛ ମୂଳେ ଆଶ୍ରୟ ନେଇଥିଲେ।
ବର୍ଷା ଚାଲିଥିବା ବେଳେ ସେମାନେ ଆଶ୍ରୟ ନେଇଥିବା ଗଛ ଉପରେ ହଠାତ୍ ବଡ଼ ଧରଣର ବିଜୁଳି ମାଡ଼ ହୋଇଥିଲା। ବିଜୁଳି ମାଡ଼ ହେବା ବେଳେ ବଡ଼ ନିଆଁ ପିଣ୍ଡୁଳା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ପ୍ରଥମେ ୩ ଜଣ ତଳେ ଟଳି ପଡ଼ିଥିଲେ। କିଛି ସେକେଣ୍ଡ ପରେ ଆଉ ଜଣେ ମଧ୍ୟ ନିସ୍ତେଜ ହୋଇ ବଗିଚାରେ ପଡ଼ି ଯାଇଥିଲେ।
Deadly Lightening in Gurgaon pic.twitter.com/nHygeNH3jX
— Sheela Bhatt शीला भट्ट (@sheela2010) March 12, 2021
ବିଜୁଳିମାଡ଼ର ଶିକାର ହୋଇଥିବା ୪ ଜଣଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ସେମାନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି। ସେହିପରି ଅଧିକ ଗୁରୁତର ହୋଇଥିବା ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ବିଜୁଳି ମାଡ଼ର ଶିକାର ହୋଇଥିବା ଲୋକମାନେ ହେଲେ ଶିବଦତ୍ତ, ଲାଲି, ରାମ ପ୍ରସାଦ ସୁନ୍ଦର ଓ ତାଙ୍କ ସୁପରଭାଇଜର ଅନୀଲ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ ପୂରା ଦୃଶ୍ୟ କଏଦ ହୋଇଛି।
The post ୪ ଜଣଙ୍କ ଉପରେ ଖସିପଡ଼ିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଦୃଶ୍ୟ appeared first on Odisha Reporter.
from Odisha Reporter https://ift.tt/2NcWIvY
No comments:
Post a Comment