ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧,୬୧,୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଏହି ରିପୋର୍ଟ ଆସିଛି। ସୋମବାର ଆସିଥିବା ରିପୋର୍ଟରେ ଦେଶରେ ୧,୬୮,୯୧୨ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ତେଣୁ ଆଜି ଏହି ସଂଖ୍ୟା ୭,୧୭୬ କମ୍ ରହିଛି। ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୮୭୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
୧,୬୧,୭୩୬ ନୂଆ କେସ୍ ଆସିବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଜଣ ସୁସ୍ଥ ହୋଇସାରିଲେଣି। ୧୨ ଲକ୍ଷ ୬୪ ହଜାର ୬୯୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
କରୋନାରେ ଏଯାବତ୍ ଦେଶରେ ୧ ଲକ୍ଷ ୭୧ ହଜାର ୦୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ସାରା ଦେଶରେ ୧୦ କୋଟି ୮୫ ଲକ୍ଷ ୩୩ ହଜାର ୦୮୫ ଜଣ ଟିକା ନେଇ ସାରିଲେଣି।
ଏବେବି ମହାରାଷ୍ଟ୍ରରେ କରୋନା ସ୍ଥିତି ସବୁଠୁ ଖରାପ ରହିଛି। ଗତ ୨୪ ଘଣ୍ଟାରେ ଏଠାରୁ ୫୧,୭୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏହା ଗତକାଲିର ସଂଖ୍ୟା ଠାରୁ କମ୍ ରହିଛି। ଗତକାଲି ଏହି ସଂଖ୍ୟା ୬୩,୨୯୪ ରହିଥିଲା। ସେହିଭଳି ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୫୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସପ୍ତାହରେ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।
ଏପ୍ରିଲ ମାସ ୧୨ ତାରିଖ ପର୍ଯ୍ୟନ୍ତ ଦେଶରେ ୨୫,୯୨,୦୭,୧୦୮ଟି ନମୁନା ପରୀକ୍ଷା କରାଯାଇଛି। ସେଥିରୁ କେବଳ ଗତକାଲି ୧୪ ଲକ୍ଷ ୧୨୨ଟି ନମୁନା ପରୀକ୍ଷା ହୋଇଥିବା ନେଇ ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୭୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ୨୪ ଘଣ୍ଟାରେ ଦେଶରେ ୧.୬୧ ଲକ୍ଷ କରୋନା ପଜିଟିଭ୍ ଚିହ୍ନଟ, ୮୭୯ ମୃତ appeared first on Odisha Reporter.
from Odisha Reporter https://ift.tt/3g2kJC1
No comments:
Post a Comment