ରାସ୍ତା ମଝିରେ ଧାରଣାରେ ବସିଲେ ଦିଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ରାସ୍ତା ମଝିରେ ଧାରଣାରେ ବସିଲେ ଦିଦି

କୋଲକାତା: ରାସ୍ତା ମଝିରେ ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ କମିଶନଙ୍କ ବ୍ୟାନ୍‌କୁ ବିରୋଧ କରି ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଏଥିସହ ସେ ମୁହଁରେ କଳା ରଙ୍ଗର ମାସ୍କ ପିନ୍ଧିବା ସହ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି। କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ୱିଲ ଚେୟାରରେ ବସି ଦିଦି ଧାରଣା ଦେଇଛନ୍ତି। କେବଳ ସେତିକି ନୁହେଁ ଦିଦି ଧାରଣାରେ ବସି ପେଣ୍ଟିଂ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି। ସୋମବାର ସନ୍ଧ୍ୟା ୮ଟା ରୁ ମଙ୍ଗଳବାର ସନ୍ଧ୍ୟା ୮ଟା ଯାଏଁ ମମତାଙ୍କ ନିର୍ବାଚନ ପ୍ରଚାର ବ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ ମମତା ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିଜେପି ନେତା ମୁଖତାର ଅବ୍ବାସ ନକବୀ ମମତାଙ୍କ ବୟାନ ବିରୋଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଥିଲେ। ସେ କହିଥିଲେ ଯେ ମମାତା ସମ୍ପ୍ରଦାୟିକତା ଆଧାରରେ ଭୋଟ ମାଗୁଛନ୍ତି। ଅଭିଯୋଗ ପରେ କମିଶନ ନୋଟିସ ଜାରି କରି ଜବାବ ମାଗିଥିଲେ। ନିର୍ବାଚନ କମିଶନ କହିଥିଲେ ଯେ, “ ନିର୍ବାଚନ କମିଶନ ରାଜ୍ୟରେ ଆଇନ ବ୍ୟବସ୍ଥାର ଗମ୍ଭୀର ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବୟାନକୁ ନିନ୍ଦା କରୁଛି। ସେ ଆଦର୍ଶ ଆଚାର ସଂହିତା ଉଲଙ୍ଘନ ନ କରି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ ଏହିଭଳି ବିବାଦୀୟ ବୟାନ ନ ଦିଅନ୍ତୁ ବୋଲି ସେ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇ ପରାମର୍ଶ ଦେଇଥିଲେ।

ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ପରେ ମମତା ଟ୍ୱିଟ କରିଥିଲେ। ସେ କହିଥିଲେ ଯେ ନିର୍ବାଚନ କମିଶନର ଅଲୋକତାନ୍ତ୍ରିକ ଓ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ୧୨ଟାରେ ସେ କୋଲକାତା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବେ।

ସେପଟେ ନିର୍ବାଚନ କମିଶନକୁ ଟାର୍ଗେଟ କରି ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯଶବନ୍ତ ସିହ୍ନା କହିଛନ୍ତି ଯେ ଗଣତନ୍ତ୍ରର ସମସ୍ତ ସଂସ୍ଥା ସହ ବୁଝାମଣା କରାଯାଇଛି। ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଆଗରୁ ସନ୍ଦେହ ଥିଲା। ଏବେ ସ୍ପଷ୍ଟ ହୋଇଛି ଯେ ନିର୍ବାଚନ କମିଶନ ମୋଦି-ଶାହଙ୍କ ଇସାରାରେ କାର୍ଯ୍ୟ କରୁଛି।

The post ରାସ୍ତା ମଝିରେ ଧାରଣାରେ ବସିଲେ ଦିଦି appeared first on Odisha Reporter.



from Odisha Reporter https://ift.tt/2Rlmy2v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages