‘ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦୋଷ ସ୍ୱୀକାର କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

‘ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦୋଷ ସ୍ୱୀକାର କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ପୁଲିସ୍‌ ହେଡକ୍ୱାଟର, ମଙ୍ଗଳାବାର ଥାନା ନିକଟରୁ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣା ରାଜ୍ୟରେ ପ୍ରଥମ। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ପରେ ବରିଷ୍ଠ ଅଧିକାରୀମାନେ କେବଳ ଗଣମାଧ୍ୟମ ସମ୍ମୁଖରେ ବିବୃତି ଦେବାରେ ବ୍ୟସ୍ତ। ହେଲେ ଫେରାର କଣ ପାଇଁ ହେଲା, କିଏ ଏଥିପାଇଁ ଦାୟୀ ସେ ନେଇ କାହାରି ପିଟି ଫିଟୁନି। କେବଳ ତଳତଳିଆଙ୍କୁ ସସ୍‌ପେଣ୍ଡ କରି ବରିଷ୍ଠ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ପାରିବେନି। ସେମାନଙ୍କୁ ନିଜ ଦୋଷ ସ୍ୱୀକାର କରିବାକୁ ପଡ଼ିବ ‍ବୋଲି କହି ପୁଲିସ୍‌ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

   ବିଜୟ ମହାପାତ୍ର କହିଲେ, ସମସ୍ତେ କେବଳ ବିବୃତି ଦେବାରେ ବ୍ୟସ୍ତ।  ଏହା ଏକ ସାଂଘାତିକ  ତଥା ରହସ୍ୟଜନକ ଘଟଣା। ଜେଲ୍‌ , ବୁର୍ଲା ମେଡିକାଲ କଲେଜ, ପୁଲିସ୍‌ ପକ୍ଷରୁ ଭିନ୍ନ ଭିନ୍ନ ବିବୃତି ଦିଆଯାଉଛି। ଘଟଣା କାହିଁକି ଘଟିଲା କେହି କହୁ ନାହାନ୍ତି। ସମସ୍ତେ ସତକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ମନିଟର କରିବାକୁ ଏସଟିଏଫ ନିୟୋଜିତ ହୋଇଛି। ତା ହେଲେ ଏସଟିଏଫ କରୁଥିଲା କଣ। ଯଦି ଏସଟିଏଫ କରୁ ନ ଥିଲା, ତାମୁଖ୍ୟ ଦାୟୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

  ଯେଉଁ ୫ରୁ ୬ ଅଫିସର ଡିଜି ଅଫିସରେ ବସି ମିଟିଂ କରୁଛନ୍ତି ସେମାନଙ୍କୁ ନିଜ ଦୋଷ ସ୍ୱୀକାର କରିବାକୁ ପଡିବ । ଏସ୍‌ଟିଏଫ୍ ମୁଖ୍ୟ, କଟକ ଡ଼ିସିପି, ଆଇନ ଶୃଙ୍ଖଳା ଏଡ଼ିଜି, ଏଡିଜି କ୍ରାଇମ୍‌, ସମ୍ବଲପୁର ଏସ୍‌ପି ଓ  ପୁଲିସ୍‌ ଡ଼ିଜି କେବଳ ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦାୟିତ୍ୱ ସଠିକ ଭାବେ ନିଭାନ୍ତୁ । ସତ ଲୁଚେଇବା ଲାଗି ଚେଷ୍ଟା ହେଉଥିବା ସେମାନଙ୍କ ବିବୃତିରୁ ପୂରାପୂରି ବାରି ହୋଇପଡ଼ୁଛି।

ଅପରପକ୍ଷେ, ଜଣେ ରୋଗୀକୁ ବୁର୍ଲା ମେଡିକାଲ ପରିବର୍ତ୍ତେ ଜେଲ୍‌ କର୍ତ୍ତୃପକ୍ଷ କିପରି ଏସ୍‌ସିବି ରେଫର କଲେ  ତାହା ଅତ୍ୟନ୍ତ ରହସ୍ୟଜନକ ଘଟଣା। ସାଧାରଣ ରୋଗୀକୁ ବେଡ଼ ମିଳୁନି, ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ କ୍ୟାବିନ କେମିତି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସେ ଆହୁରି କହିଛନ୍ତି, ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା।  ଏଥିରେ ରାଜ୍ୟର କିଛି ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ଏସ୍‌ସିବିରରେ ତାକୁ କ୍ୟାବିନ ଦିଆଗଲା, ରାଜକୀୟ ଟ୍ରିଟମେଣ୍ଟ କରାଗଲା। ସେ ନିଜ ଇଚ୍ଛାରେ ଖାଇଲା, ବୁଲିଲା, ଲୋକଙ୍କୁ ଭେଟିଲା। ସେତେବେଳେ କେମିତି କେହି ଜାଣିପାରିଲେ ନାହିଁ।  ଯେଉଁମାନେ ଡିଜି ଅଫିସରେ ବସି ମିଟିଂ କରୁଛନ୍ତି, ସେତେବେଳେ କଣ କରୁଥିଲେ। ଲଜ୍ଜାଜନକ ବିବୃତି ନ  ଦେଇ ନିଜ ଦୋଷ ସ୍ୱୀକାର କରନ୍ତୁ।

 ଅପରପକ୍ଷେ,  ହାଇଦର ଫେରାର ପଛରେ ତାସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁର ହାତ  ଥିବା  ଆଜି କଟକ ଡିସିପି ପ୍ରତୀକ ସିଂହ  ସୂଚନା ଦେଇଛନ୍ତି। ଗତକାଲି ସଲ୍ଲୁ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଥିଲା। ଆଉ ପଚରାଉଚରା ବେଳେ ସେ ହାଇଦରକୁ ଫେରାର କରାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ସ୍ୱୀକାର କରିଥିବା ଡିସିପି କହିଛନ୍ତି।

ସେ କହିଛନ୍ତି, ସଲ୍ଲୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ଅପରେସନ୍ ଚାଲିଛି।

The post ‘ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦୋଷ ସ୍ୱୀକାର କର’ appeared first on Odisha Reporter.



from Odisha Reporter https://ift.tt/3uJ4LAQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages