ନୂଆ ଆସିବା ପରେ ପୁରୁଣାଙ୍କୁ ଅଣଦେଖା: ୧୦ ବର୍ଷ ହେଲା ଭୁଆଁ ବୁଲାଉଛନ୍ତି ସରକାରୀ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ନୂଆ ଆସିବା ପରେ ପୁରୁଣାଙ୍କୁ ଅଣଦେଖା: ୧୦ ବର୍ଷ ହେଲା ଭୁଆଁ ବୁଲାଉଛନ୍ତି ସରକାରୀ ବାବୁ

ଜୟପୁର (ଟି.ଗୌରୀଶଙ୍କର): ଅଧ ପନ୍ତରିଆ ଘରେ ବିତୁଛି ଜୀବନ। କେଉଁଠି ମାଟି ଗଦା ହୋଇଛି ତ ଆଉ କେଉଁଠି ଗୋଡି ବାଲି। ନୂଆ ଯୋଜନା ଆସିବା ପରେ ପୁରୁଣା ଯୋଜନାରେ ଥିବା ହିତାଧିକାରୀଙ୍କୁ ଭୁଲି ଯାଇଛନ୍ତି ସରକାରୀ ବାବୁ। ଆଜି କାଲି କହି ବର୍ଷ ବର୍ଷ ଧରି ଭୁଆଁ ବୁଲାଇ ଚାଲିଛନ୍ତି।

ଜୟପୁରର ପୁରୁଣାଗଡର ରମା ଜାନୀ। ୨୦୦୯ରେ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନାରେ ରମାଙ୍କୁ ସାମିଲ କରି ୱାର୍କ ଅର୍ଡର ଦିଆଗଲା। ପ୍ରଥମ କିସ୍ତିରେ ୧୫ ହଜାର ଏବଂ ଦ୍ୱିତୀୟ କିସ୍ତିରେ ୩୦ ହଜାର ଦେଇ କାମ ସାରିଦେଲେ ସରକାର। ତା’ପରେ ଯେତେ ଦୌଡିଲେ ବି ଆଉ ଟଙ୍କା ମିଳୁନି। ତାଙ୍କ ଘର ସେମିତି ଅଧପନ୍ତରିଆ ହୋଇ ପଡି ରହିଛି।

ସେହିପରି ସମାନ ସ୍ଥିତି ଇଶ୍ୱରୀ ହରିଜନଙ୍କର।  ତାଙ୍କୁ ବି ଦୁଇଟି କିସ୍ତିରେ ୪୫ ହଜାର ଟଙ୍କା ମିଳିଛି। ଧାର କରଜ କରି ଇଶ୍ୱରୀ ଘର କାମ ପୁରା କରିଦେଲେ ସିନା ହେଲେ ଏଯାଏଁ ପୁରା ଟଙ୍କା ମିଳୁନି। ଅନ୍ୟପଟେ ଗାଁର ଗୁରୁ ଜାନୀଙ୍କ ଅବସ୍ଥା ବି ସାମନ। ଛୋଟିଆ ଦୋକାନ କରି ପରିବାର ଚଳାଉଥିବା ଗୁରୁଙ୍କୁ ବି ଲକ୍ଷେ ୧୦ ହଜାର ମିଳିବ ବୋଲି କୁହାଯାଇଥିଲା। ହେଲେ ମିଳିଛି ମାତ୍ର ୪୫ ହଜାର।  ଏହାରି ଭିତରେ ୧୦ ବର୍ଷ ବିତିଗଲାଣି। କିନ୍ତୁ  ଟଙ୍କା ପାଇଁ ମ୍ୟୁନିସପାଲଟି ଅଫିସ ଦୌଡିବା ତାଙ୍କର ବନ୍ଦ ହୋଇନି।

ପୁରୁଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟକାରୀ ହୋଇସାରିଲେଣି।  ହିତାଧିକାରୀ ବି ସାମିଲ ହୋଇସାରିଲେଣି। ହେଲେ ବନ୍ଦ ହୋଇଥିବା ଯୋଜନାର ହିତାଧିକାରୀ ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ହିତାଧିକାରୀ ସାମିଲ ହୋଇ ଘର କରିଥିଲେ ବି ୧୦ ବର୍ଷ ହେଲା ବକେୟା ଟଙ୍କା ପାଇ ପାରିନାହାଁନ୍ତି । ଆଜି ଦେବୁ କାଲି ଦେବୁ କହି ସରକାରୀ ବାବୁମାନେ ଭୁଆଁ ବୁଲାଇ ଚାଲିଛନ୍ତି।

୨୦୦୯-୧୦ରେ ଆରମ୍ଭ ହୋଇଥିଲା ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା। ୨୦୧୫-୧୬ ଅର୍ଥାତ୍ ୬ବର୍ଷ ମଧ୍ୟରେ ୩୨୩ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିଲେ।  ସେଥିରୁ ୩୩ଜଣ ହିତାଧିକାରୀ ଟଙ୍କା ଫେରିପାଇଛନ୍ତି। ୧୫୭ଜଣ ହିତାଧିକାରୀଙ୍କୁ ଘର ସଂପୂର୍ଣ୍ଣ ପାଇଁ ଟଙ୍କା ଦିଆଯାଇଛି । ହେଲେ ବଳକା ୧୩୩ ଜଣଙ୍କୁ ଏଯାଏଁ ଟଙ୍କା ମିଳିନଥିବା ସୂଚନା ରହିଛି।

ହିତାଧିକାରୀଙ୍କୁ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବା ସହ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୋରାପୁଟ ଯୁବ ସଂଗଠନ। ନଚେତ ପୌର କାର୍ଯ୍ୟାଳୟ ଆଗରରେ ଅନଶନରେ ବସିବୁ ବୋଲି ସଙ୍ଗଠନ ଧମକ ଦେଇଛି। ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଯଦି ହିତାଧିକାରୀମାନେ ସରକାରୀ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ର କରିଛନ୍ତି ତା’ହେଲେ ସେମାନଙ୍କୁ ନିଶ୍ଚିତ ବକେୟା ଟଙ୍କା ମିଳିବ।

ଗାଁରେ ଏମିତି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ଏବେବି ପୂରା ଟଙ୍କା ପାଇଁ ଅପେକ୍ଷା କରିଛନ୍ତି।  ଟଙ୍କା ନମିଳିବାରୁ କିଏ କିଏ ତ କାମ ବି ଆରମ୍ଭ କରିନାହାଁନ୍ତି।  ବକେୟା ଟଙ୍କାକୁ ଅନାଇ ରହିଥିବା ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା କେବେ ମିଳିବ, ଏବା ତାକୁ ହିଁ ଅପେକ୍ଷା ।

The post ନୂଆ ଆସିବା ପରେ ପୁରୁଣାଙ୍କୁ ଅଣଦେଖା: ୧୦ ବର୍ଷ ହେଲା ଭୁଆଁ ବୁଲାଉଛନ୍ତି ସରକାରୀ ବାବୁ appeared first on Odisha Reporter.



from Odisha Reporter https://ift.tt/3wQgmje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages