ଓ୍ୱାଶିଂଟନ: କୋଭିଡ୍ ବେଳେ ଭାରତକୁ ସହଯୋଗ କରିପାରିବ ନାହିଁ କହିଥିବା ଆମେରିକା ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛି। ଶାସକ ଦଳ ଡେମୋକ୍ରାଟିକ ପାର୍ଟିର ସାଂସଦ ରାଷ୍ଟ୍ରପତି ବାଇଡେନଙ୍କ ଅଫିସର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିବା ପରେ ଭାରତକୁ ସହଯୋଗ କରିବ ବୋଲି ଆମେରିକା ଏକ ପ୍ରେସ ବିବୃତ୍ତି ଜାରି କରି କହିଛି। କୋଭିଡ୍ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକା ପାଖରେ ରହିଛି। ହେଲେ ଆମେରିକା ଏହା ଉପରେ ପ୍ରତବନ୍ଧକ ଲଗାଇଛି। ତେଣୁ ଟିକା ପ୍ରସ୍ତୁତ ନେଇ ଭାରତ ଏବେ ସମସ୍ୟାରେ ପଡ଼ିଛି। ଆଉ କଞ୍ଚାମାଲ ଉପରୁ ପ୍ରତିବନ୍ଧକ ହଟାଯାଇପାରିବ ନାହିଁ ବୋଲି ସୋମବାର ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ପ୍ରଶାସନ ଉପରେ ଚାପ ପକାଇଥିଲେ। ଏହାପରେ ଭାରତକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ।
ଆମେରିକାର ବୈଦେଶିକ ବିଭାଗ ଏକ ପ୍ରେସ ରିଲିଜ ଜାରି କରି କହିଛି, ଭାରତରେ କୋଭିଡର ଭୟାବହ ଦେଖାଇଛି। ଏହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ। ଏହି ମହାମାରୀ ବେଳେ ଆମେରିକା ପ୍ରତ୍ୟେକ ଭାରତୀୟଙ୍କୁ ସହଯୋଗ କରିବ। ଏହାବାଦ ସମଗ୍ର ଦକ୍ଷିଣ ଏସିଆ ଏବଂ ବିଶ୍ୱକୁ ସହଯୋଗ କରିବ।
ଅତ୍ୟାବଶ୍ୟକ ସାମଗ୍ରୀର ନେବା ଆଣିବା ବ୍ୟବସ୍ଥାକୁ ସୁଗମ କରିବା ସହ ସମସ୍ତ ଅସୁବିଧାକୁ ଦୂର କରାଯିବ ବୋଲି ଆମେରିକା କହିଛି। ଭାରତୀୟଙ୍କ ସହ ଘନିଷ୍ଠତା ରହିଛି ଆଗକୁ ଜାରି ରହିବ। ସର୍ବୋଚ୍ଚ ସ୍ତରରେ ଭାରତକୁ ସହଯୋଗ କରିବା ପାଇଁ ଆମେରିକା ପ୍ରସ୍ତୁତ ବୋଲି କହିଛି।
ଭାରତରେ କୋଭିଡ ପରିସ୍ଥିତିକୁ ଦେଖି ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ସରକାରଙ୍କୁ ହସ୍ତକ୍ଷେପକୁ କରିବାକୁ ଚାପ ପକାଇଥିଲା। ତୁରନ୍ତ ଟିକା ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଔଷଧ, ଉପକରଣ ଆଦି ଭାରତକୁ ପଠାଇବା ପାଇଁ ଚାପ ପକାଇଥିଲା। ଆଉ ହ୍ୱାଇଟ୍ ହାଉସରେ ଏ ପ୍ରସଙ୍ଗରେ କିଛି ଘଣ୍ଟା ଆଲୋଚନା ହେବାପରେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛି। ଭାରତ ବ୍ୟତୀତ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଆମେରିକା ସମସ୍ତ ସହଯୋଗ କରିବ ବୋଲି କହିଛି।
WHO ଚିନ୍ତାପ୍ରକଟ କଲା
ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଟିକାକରଣ କରାଯାଉ ନାହିଁ କି ପରୀକ୍ଷା କରାଯାଉ ନାହିଁ ତେଣୁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଶୁକ୍ରବାର ଏହା କହିଛନ୍ତି। ଭାରତରେ ବଢ଼ୁଥିବା ଆକ୍ରାନ୍ତ ଦେଖି ସେ ଚିନ୍ତିତ ବୋଲି କହିଛନ୍ତି।
ବାଇଡେନଙ୍କୁ ସମାଲୋଚନା କଲେ ନିଜ ଦଳର ସାଂସଦ
ଆମେରିକାର କିଛି ସାଂସଦ ଏବେ ଭାରତ ସମର୍ଥନରେ ବାହାରି ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି। ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ସାଂସଦ ଏଡ୍ ମାର୍କେ (Ed Markey) କହିଛନ୍ତି, ବାଇଡେନ ପ୍ରଶାସନ ଭାରତକୁ ସହଯୋଗ କରିବା ଦରକାର। ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ଭାରତରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଛି। ତେଣୁ ପୃଥିବୀ ଦିବସ ଅବସରରେ କେବଳ ଆମେ ଗ୍ରହ ବାବଦରେ ଚିନ୍ତା ନକରି ଏଥିରେ ବାସ କରୁଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟା ଉପରେ ଗୁରୁତ୍ୱ ଦେବା ଦରକାର।
We have the resources to help and other people need it; that makes it our moral obligation to do so.
— Ed Markey (@SenMarkey) April 22, 2021
ଇଡ ମାର୍କେ ଏଭଳି କହି ଏବେ ନିଜ ସରକାରକୁ ସେ ଘେରିଛନ୍ତି। ଆମେରିକା ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି। ତଥାପି ଆମେ ଭାରତ ଭଳି ଦେଶକୁ ସମର୍ଥନ କରିବାକୁ ମନା କରୁଛୁ। ଆମ ପାଖରେ ସାହାଯ୍ୟ କରିବାକୁ ପର୍ଯ୍ୟାପ୍ତ ସମ୍ବଳ ରହିଛି ଏବଂ ଅନ୍ୟ କେହି ଏହି ସମ୍ୱଳ ସାହାଯ୍ୟ ଆବଶ୍ୟକ କରୁଛନ୍ତି। ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର ନୈତିକତା ବୋଲି ସେ କହିଛନ୍ତି।
ସେହିଭଳି ମିଚିଗାନର ଡେମୋକ୍ରାଟିକ୍ ପାର୍ଟିର ସାଂସଦ ହାଲି ଷ୍ଟିଭେନ୍ସ ମଧ୍ୟ ଟ୍ୱିଟ୍ କରି ଭାରତରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସେ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସଂଗଠନକୁ ସେ ଟ୍ୱିଟ୍ କରି ଭାରତକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।
The post ନିଜ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ବାଇଡେନ୍; କହିଲେ- ଭାରତକୁ ସବୁଠୁ ଅଧିକ ସାହାଯ୍ୟ କରିବୁ appeared first on Odisha Reporter.
from Odisha Reporter https://ift.tt/3xlXMjl
No comments:
Post a Comment