ନୂଆଦିଲ୍ଲୀ: କରୋନା ଜନିତ ସଙ୍କଟ ଦେଶରେ ଜାରି ରହିଛି। ଏଭଳି ଏକ ସମୟରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ଅସହାୟଙ୍କୁ ବା ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସନ୍ଥଦେବ ଚୌହ୍ୱାନ। ସେ ଜଣେ ଦିବ୍ୟାଙ୍ଗ। ତଥାପି ବର୍ଷେ ହେଲା ବର୍ଷେ ହେଲା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି।
ସନ୍ଥଦେବ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କାର୍ଯ୍ୟରତ। ଆଉ କୋଭିଡ୍ ଭଳି ସମୟରେ ସନ୍ଥଦେବ ଏହି ହସ୍ପିଟାଲ୍ର ଜଣେ ଭରସାଯୋଗ୍ୟ ବ୍ୟକ୍ତି ପାଲଟି ଯାଇଛନ୍ତି, ଯାହାଙ୍କୁ ଭେଟି ସମସ୍ୟା କହିଲେ ସମାଧାନର ବାଟ ବତାଇ ଦେଉଛନ୍ତି। ଆଉ ସେ ଯଦି ହୃଦୟଙ୍ଗମ କରିପାରୁଛନ୍ତି, ତା’ହେଲେ ଦୂରଦୂରାନ୍ତରୁ ଆସୁଥିବା ଅଚିହ୍ନା, ଅଜଣା ରୋଗୀଙ୍କ ପାଇଁ ନିଜ ପକେଟରୁ ପଇସା ବି ଖର୍ଚ୍ଚ କରୁଛନ୍ତି।
୨୫ ବର୍ଷ ହେଲା ସନ୍ଥଦେବ ନୂଆଦିଲ୍ଲୀ ଏମ୍ସରେ କାର୍ଯ୍ୟରତ। ସେ ଏହି ହସ୍ପିଟାଲ୍ର କମ୍ୟୁନିଟି କିଚେନ୍ ଚଳାଉଛନ୍ତି। ଏହି ମହାମାରୀ ସମୟରେ ଗରୀବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଦିନରାତି କାମ କରୁଛନ୍ତି। ଦୂର ଦୂରାନ୍ତରୁ ଏମ୍ସକୁ ଆସୁଥିବା ଲୋକଙ୍କ ଚିକିତ୍ସା ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ପ୍ରତିଦିନ ପ୍ରାୟ ପଚାଶ ଲୋକଙ୍କୁ ସେ ଖାଇବାକୁ ଦେବା ସହିତ ରହିବା ବ୍ୟବସ୍ଥା ମଧ୍ୟ କରାଉଛନ୍ତି।
ଏଭଳି କରି ସେ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି ସନ୍ଥଦେବ। ସେ ତାଙ୍କ ନିଜର ଗୋଟିଏ ବର୍ଷର ଦରମାକୁ ପିଏମ୍ କେୟାର ଫଣ୍ଡକୁ ଦେଇଥିବା କହିଛନ୍ତି। ଖବର ସରବରାହ ସଂସ୍ଥା ଆଇଏନଏସକୁ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।
ସନ୍ଥଦେବ ଚୌହ୍ୱାନ ଉତ୍ତର ପ୍ରଦେଶର ମାଉର ବାସିନ୍ଦା। ସେ କହିଛନ୍ତି ଯେ ତାଙ୍କ ଜେଜେ ବାପାଙ୍କ ଠାରୁ ସେ ସେବା କରିବାର ପ୍ରେରଣା ପାଇଛନ୍ତି।
ସନ୍ତଦେବ ଚୌହ୍ୱାନ ଏମ୍ସ ଦିବ୍ୟାଙ୍ଗ ସଂଘର ସଭାପତି। ଯେଉଁଥିରେ କିଛି ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ପ୍ରାୟ ୨ ହଜାର ସଦସ୍ୟ ରହିଛନ୍ତି।
The post କୋଭିଡ୍ ସମୟରେ ଦେବଦୂତ ସାଜିଛନ୍ତି ଏହି ଦିବ୍ୟାଙ୍ଗ appeared first on Odisha Reporter.
from Odisha Reporter https://ift.tt/3dNwiM0
No comments:
Post a Comment